ସଂଚାର ବ୍ୟୁରୋ: ଆଳୁ ଗୋଦାମ ଖାଲି ଖାଲି । ରାଜ୍ୟରେ ପୁଣି ଏବେ ଆଳୁ ସଙ୍କଟ । ଗୋଦାମରୁ ଆଳୁ ଉଭାନ । ଆସନ୍ନ ବାତ୍ୟା ପୂର୍ବରୁ ଏଭଳି ସ୍ଥିତିକୁ ନେଇ ଚିନ୍ତା ବଢ଼ିଛି । ଆଳୁ ଗାଡି ବ୍ୟାପକ ଭାବେ ଆସୁ ନ ଥିବା ଅଭିଯୋଗ ଆଣିଛନ୍ତି ଆଳୁ ଗୋଦାମ ମାଲିକ। ଆଳୁ ଦର ଉଚ୍ଚା ଥିବାରୁ ବହୁ ଗୋଦାମ ମାଲିକ ଆଳୁ ମଗାଉ ନଥିବା କହିଛନ୍ତି । ତେଣୁ ମାର୍କେଟରେ ଆଳୁ ଦର କିଲୋ ୨୫ ଟଙ୍କାରେ ପହଞ୍ଚିଛି । ଯେଉଁ କିଛି ଗୋଦାମରେ ଆଳୁ ଅଛି ସେଠାରୁ କିଲୋ ପିଛା ୧୬ ଟଙ୍କାରେ କ୍ଷୁଦ୍ର ବ୍ୟବସାୟୀ ଆଳୁ ନେଉଛନ୍ତି । କିନ୍ତୁ ବହୁ ଆଳୁ ଗୋଦାମ ଫାଙ୍କା ପଡିଛି । ତେଣୁ କ୍ଷୁଦ୍ର ବ୍ୟବସାୟୀ ବିଭିନ୍ନ ଗୋଦାମ ବୁଲି ଉଚ୍ଚା ଦରରେ ଆଳୁ କିଣୁଥିବା କହିଛନ୍ତି । ତେଣୁ ଗ୍ରାହକଙ୍କୁ ମଧ୍ୟ ଅଧିକ ଦରରେ ବିକିବାକୁ ପଡୁଛି ବୋଲି କହିଛନ୍ତି।

