Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ରଜରେ ଖାଇଗଲେ ଅଢେଇ କୋଟି ଟଙ୍କାର ଆମିଷ

Sanchar Live by Sanchar Live
June 15, 2026
in ଓଡିଶା
0
0
SHARES
26
VIEWS
Facebook
Twitter

ପହିଲି ରଜରେ ଜମିଲା ଆମିଷ ବେପାର। ପହିଲି ରଜରେ ଅଢେ଼ଇ କୋଟି ଟଙ୍କାର ଖାସି ମାଂସ ବିକ୍ରି ହୋଇଛି। ରଜ ଉପଲକ୍ଷେ କିଲୋ ପିଛା ୮୫୦ ଟଙ୍କା ରହିଥିବା ବେଳେ ୫୧ ଟନ୍‌ ମଟନ୍‌ ବିକ୍ରି ହୋଇଛି। ସେହିପରି ଚିକେନ୍‌ ୧କୋଟି ୧୭ ଲକ୍ଷ ୩୦ ହଜାର ଟଙ୍କାର ଚିକେନ୍‌ ବ୍ୟବସାୟ ହୋଇଥିବା ବେଳେ ଦେଶୀ ଚିକେନ୍‌, କଲରବାର୍ଡ, ବ୍ରୟଲରର ଆଦିର ବେଶ ଚାହିଦା ରହିଥିଲା। ଏହାସହ ମାଛ ବ୍ୟବସାୟ ମଧ୍ୟ ଭଲ ହୋଇଥିବା ଜଣାପଡ଼ିଛି। ୧୧ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଛି। ରୋହି, ଭାକୁର, ଜଳଙ୍ଗ, ମିରକାଳି, ଇଲିସି, ଖଇଁଙ୍ଗା ଆଦି ମାଛ ବ୍ୟବସାୟ ମଧ୍ୟ ଭଲ ହୋଇଥିଲା। ଭାକୁର କିଲୋ ମିଛା ୨୪୦ରୁ ୨୬୦ ଟଙ୍କା ରହିଥିବା ବେଳେ ରୋହି କିଲୋ ପିଛା ୨୦୦, ଖଇଁଙ୍ଗା ୪୦୦ଟଙ୍କା ରହିଥିଲା। ସେହିପରି ଚିଙ୍ଗୁଡି, କଙ୍କଡ଼ା ସମେତ ଅଣ୍ଡା ବ୍ୟବସାୟ ଅନ୍ୟଦିନ ଅପେକ୍ଷା ରଜରେ ଦ୍ୱିଗୁଣିତ ହୋଇଥିବା ବେଳେ ମୋଟ୍‌ ଆମିଷ ବ୍ୟବସାୟ ଗୋଟିଏ ଦିନରେ ୪କୋଟି, ୯୬ ଲକ୍ଷ ୪୦ ହଜାର ଟଙ୍କାର ବିକ୍ରି ହୋଇଥିବା ଅଲ୍‌ ଓଡ଼ିଶା ନନଭେଜ୍‌ ଫେଡେରେସନ ରାଜ୍ୟ ସଭାପତି ସେକ୍‌ ମୁଣ୍ଟାକିମ୍‌ ବକ୍ସ କହିଛନ୍ତି।

ପ୍ରଥମ ରଜ ରବିବାର ପଡିଥିବାରୁ ଏହି ଦିନରେ ଘରେ ଘରେ ଆମିଷ ବ୍ୟଞ୍ଜନ ପ୍ରସ୍ତୁତି ସାଙ୍ଗକୁ ବିଭିନ୍ନ ହୋଟଲେ ଓ ରେସ୍ତୋରାଁରେ ମଧ୍ୟ ଭଳି କି ଭଳି ଆମିଷ ଆଇଟମ୍‌ ପ୍ରସ୍ତୁତି ହୋଇଥିଲା। କାରଣ ଦ୍ୱିତୀୟ ରଜ ଅର୍ଥାତ୍‌ ରଜ ସଂକ୍ରାନ୍ତି ସୋମବାର ପଡ଼ୁଥିବା ବେଳେ ଶେଷ ରଜ ମଙ୍ଗଳବାର ପଡ଼ୁଥିବାରୁ ଏହି ଦୁଇ ଦିନରେ ସାଧାରଣତଃ ଅଧିକାଂଶ ଆମିଷ ଖାଇନଥାନ୍ତି। ପହିଲି ରଜ ରବିବାର ପାଇଁ ପୂର୍ବରୁ ଛେଳି, କୁକୁଡ଼ା, ମାଛ ଆଦି ଆମଦାନୀ ହୋଇଥିଲା। ସାଧାରଣତଃ ରଜ ଆସିଲେ ପ୍ରାୟ ପ୍ରତ୍ୟେକଙ୍କ ଘରେ ଆମିଷ ରୋଷେଇ ହୋଇଥାଏ। ଏହାସହ ବିଭିନ୍ନ ସ୍ଥାନରେ ଭୋଜିର ଆସର ଜମେ। ଚଳିତ ବର୍ଷ ରଜ ତିନିଦିନରୁ ପ୍ରଥମ ରଜ ଆମିଷ ବାର ପଡ଼ୁଥିବାରୁ ଆମିଷ ଉପରେ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ପୂର୍ବରୁ ମାଛ, ଚିକେନ୍‌ ଓ ମଟନ୍‌ ଆମଦାନୀ ଦ୍ୱିଗୁଣ କରିଥିଲେ। ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ଛୁଟି ଥିବାରୁ ବିଭିନ୍ନ ସ୍ଥାନରେ ଭୋଜିର ଆୟୋଜନ ହୋଇଥିଲା।

Related posts

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

November 6, 2026
ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

November 6, 2026
Tags: bhubaneswarnonvegodisha

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.