ସଂଚାର ବ୍ୟୁରୋ: ଫୁଲୁଛି ମହାନଦୀ । ଘନଉଛି ବନ୍ୟା ଆଶଙ୍କା। ଗତକାଲି ସନ୍ଧ୍ୟାରୁ ୫ ଲକ୍ଷ ୭୮ ହଜାର କ୍ୟୁସେକ ବନ୍ୟାଜଳ ଗୋଟିଏ ଧାରାରେ ପ୍ରବାହିତ ହେଉଥିବା ବେଳେ ଆଜି ସକାଳୁ ପୁଣି ଫୁଲୁଛି ମହାନଦୀ । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାରୁ ବଢୁଛି ମହାନଦୀ ଜଳସ୍ତର । ସକାଳ ସୁଦ୍ଧା ମୁଣ୍ଡଳିଠାରେ ୫ ଲକ୍ଷ ୯୬ ହଜାର କ୍ୟୁସେକ ବନ୍ୟା ଜଳ ମୁଣ୍ଡଳିରେ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳିର ଉପର ଭାଗରେ ୮୯.୦୦ ଫୁଟ ଥିବାବେଳେ ତଳ ଭାଗରେ ୮୭.୦୦ ଫୁଟ ଜଳସ୍ତର ରହିଛି । ତେବେ ଗୋଟେପଟେ ମହାନଦୀର ଜଳସ୍ତର ବଢ଼ୁଥିବା ବେଳେ ଅନ୍ୟପଟେ ଆଜିବି ବର୍ଷା ଲାଗି ରହିଛି । ଫଳରେ ମହାନଦୀରେ ବନ୍ୟା ଆଶଙ୍କା କରାଯାଉଛି । ସେପଟେ ୧୦ଟି ଗେଟ ଦେଇ ହୀରାକୁଦରୁ ଜଳ ନିଷ୍କାସିତ ହେଉଛି।…