ସଂଚାର ବ୍ୟୁରୋ: ଦୁଇ ଜଣଙ୍କ ଜୀବନ ନେଲେ ହାତୀ ପଲ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ସୀମାନ୍ତ ଜୋରାଡ଼ଙ୍ଗା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ଗୋଟିଏ ଦିନରେ ଗାଁର ଦୁଇ ଜଣଙ୍କୁ ମାରିଲେ ହାତୀ ପଲ l ଫଳରେ ଗାଁରେ ହାତୀପଲ ଯୋଗୁଁ ଭୟରେ ବାତାବରଣ ଖେଳି ଯିବା ସହିତ ତୀବ୍ର ଉତ୍ତେଜନା ଦେଖାଦେଇଛି l ହାତୀ ଆକ୍ରମଣରେ ଜୋରଡ଼ଙ୍ଗା ଗାଁର ଚେରୁ ଦେହୁରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ଗାଁର ରଜନୀ ବେହେରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି l ଜୋରାଡ଼ଙ୍ଗା ଗାଁର ଚେରୁ ଦେହୁରୀ ଗାଁ ନିକଟସ୍ଥ ବିଲକୁ ଯାଉଥିବା ବେଳେ ଏକ ହାତୀ ପଲ ହାବୁଡ଼ରେ ପଡି ଯାଇଥିଲେ l ଫଳରେ ହାତୀପଲ ତାଙ୍କୁ କଚାଡି ଦେଇଥିବା ବେଳେ ତାର କିଛି ଦୂରରେ ସେହି ଗାଁର ରଜନୀ ବେହେରାଙ୍କୁ ହାତୀ ଆକ୍ରମଣ କରିଥିଲେ l ଫଳରେ ଘଟଣାସ୍ଥଳରେ ଚେରୁ ଦେହୁରୀଙ୍କର ମୃତ୍ୟୁ ହୋଇଥିବା ବେଳେ ରଜନୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଖବର ପାଇ ଛେଣ୍ଡିପଦା ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ହାତୀ ପଲଙ୍କୁ ଘଉଡ଼ାଇଛନ୍ତି ।…