ସଂଚାର ବ୍ୟୁରୋ: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ। ବୋଡେନ ବ୍ଲକ ଝରଣାମାଲ ଗାଁରେ ଗାଈକୁ ମାରି ଖାଇଲା ବାଘ। କିଛି ମାସର ବ୍ୟବଧାନ ପାରେ ପୁଣି ନୂଆପଡା ଜିଲ୍ଲାରେ ଆତଙ୍କ ଖେଳାଇଛି କଲରିଆପତରିଆ ବାଘ। କ୍ଷୀରସିନ୍ଧୁ ମାଝିଙ୍କ ଗୁହାଳରେ ପଶି ଗାଈକୁ ମାରି ଖାଇଛି ବାଘ। ଗତକାଲି ରାତିରେ ଗାଁକୁ ବାଘ ଆସି ଗାଈକୁ ମାରି ଖାଇଥିବା ଜଣାପଡିଛି। ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଲୋକଙ୍କୁ ବାଘ ପ୍ରତି ଜାଗ୍ରତ ହୋଇ ରହିବାକୁ ସଚେତନ କରୁଛି। କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।