ସଂଚାର ବ୍ୟୁରୋ: ନଭେମ୍ବର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଡିସେମ୍ବର ଶେଷ ସୁଦ୍ଧା କୋଟିଏ 2 ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ପୁନର୍ବିଚାର କରାଯିବ। ଏଥିପାଇଁ ବିଡ଼ିଓଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଛି। ଛୋଟ ଛୋଟ ଭୁଲ ଯୋଗୁଁ ଅନେକ ବାଦ ପଡିଛନ୍ତି। ୫ ଏକରରୁ ଅଧିକ ଜମି ଓ ସରକାରୀ ଚାକିରୀ ପାଇଁ ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରାଯିବ। ଅଙ୍ଗନବାଡି, ସିଆରପି, ଏମବିକେଙ୍କୁ ବି ସାମିଲ ହେବା ପାଇଁ କାଲିର ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।