ସଂଚାର ବ୍ୟୁରୋ: ପଦାର୍ଥ ବିଜ୍ଞାନରେ ଏଥର ନୋବେଲ ପାଇବେ ଦୁଇ ବୈଜ୍ଞାନିକ ଜନ୍ ହୋପଫିଲଡ ଓ ଜେଫ୍ରି ହିନଟନ। ମେସିନ ଲର୍ଣ୍ଣିଂର ପ୍ରାଥମିକ ଗବେଷଣା ପାଇଁ ଏହି ଦୁଇ ଜଣଙ୍କୁ ୨୦୨୪ ପାଇଁ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ଦୁଇ ବୈଜ୍ଞାନିକ ଯାହା ଉଦ୍ଭାବନ କରିଛନ୍ତି, ତାହା ମେସିନ ଲର୍ଣ୍ଣିଂ ଓ ଆର୍ଟିଫିସିଆଲ ନ୍ୟୁଟ୍ରାଲ ନେଟୱର୍କ ର ଡଭଲପମେଣ୍ଟରେ ଏହା ସାହାଯ୍ୟ କରିଛି। ରୟାଲ ସ୍ଵେଡିସ୍ ଏକାଡେମି ଅଫ୍ ସାଇନ୍ସ ପକ୍ଷରୁ ଏହା ଘୋଷଣା କରାଯାଇଛି। ଜେଫରି ହିନଟନଙ୍କୁ ଆର୍ଟିଫିସିଆଲ୍ ଇଣ୍ଟିଲିଜେନସର ଗଡ୍ ଫାଦର କୁହାଯାଏ। ସେମାନଙ୍କର ଆବିଷ୍କାର ଯୋଗୁଁ ଆଜି ଆର୍ଟିଫିସିଆଲ୍ ଇଣ୍ଟିଲିଜେନସ ଓ ମେସିନ ଲର୍ଣ୍ଣିଂ ସମ୍ଭବ ହୋଇପାରିଛି। ଜନ୍ ଆମେରିକାର ପ୍ରିନସଟନ ୟୁନିଭରସିଟିରେ ପ୍ରଫେସର ଥିବା ବେଳେ ହିନଟନ୍ ୟୁନିଭରସିଟି ଅଫ୍ ଟରଣ୍ଟୋରେ ପ୍ରଫେସର ଅଛନ୍ତି। ୧୯୮୦ ଦଶକରେ ସେମାନେ ଏହି ଗବେଷଣା କରିଥିଲେ।