Thursday, June 19, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ବିମାନ ବନ୍ଦର ପାଖରେ ରହିବନି ବଡ଼ ବିଲ୍ଡିଂ

Sanchar Live by Sanchar Live
June 19, 2025
in ଭାରତ
0
ବିମାନ ବନ୍ଦର ପାଖରେ ରହିବନି ବଡ଼ ବିଲ୍ଡିଂ
0
SHARES
29
VIEWS
FacebookTwitter

ସଂଚାର ବ୍ୟୁରୋ: ବିମାନ ବନ୍ଦର ପାଖରେ ରହିବନି ବଡ଼ ବିଲ୍ଡିଂ । ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଗୋଟିଏ ସପ୍ତାହ ପରେ କେନ୍ଦ୍ର ସରକାର ଏହି ନୂଆ ନିଷ୍ପତ୍ତି ନେଇଛନ୍ତି । ବିମାନ ବନ୍ଦର ନିକଟରେ ଥିବା ଘର ଓ ଗଛର ଉଚ୍ଚତା କମିବ । ଏନେଇ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଘର ମାଲିକମାନଙ୍କୁ ନୋଟିସ୍ ଦିଆଯିବ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିମାନ ନିୟମ ୨୦୨୫ରେ ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି ସରକାର । ସୂଚନାନୁଯାୟୀ, ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଠାରୁ ନୋଟିସ୍ ପାଇବାର ୬୦ ଦିନ ଭିତରେ ଘରର ଉଚ୍ଚତା କମ୍ କରିବେ ମାଲିକ ।

ବିମାନ ଉଡ଼ାଣ ପଥଗୁଡ଼ିକରେ ବାଧା ସୃଷ୍ଟି କରୁଥିବା ସମ୍ଭାବ୍ୟ ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ସକ୍ରିୟ ଓ ଦୃଢ଼ ପଦକ୍ଷେପ ନିଆଯାଉଛି । ବିମାନ ଉଡାଣରେ କୌଣସି ଗଛ ଅବରୋଧ କରୁଥିଲେ ତାହାକୁ ତୁରନ୍ତ କଟାଯିବ । ଏଥିରେ ଘର ମାଲିକ କ୍ଷତିପୂରଣ ପାଇଁ ଆବେଦନ କରି ପାରିବେ । ଯଦି ଘର ମାଲିକ ନିର୍ଦ୍ଧାରିତ ସମୟ ଭିତରେ ଘର ନଭାଙ୍ଗିବେ କିମ୍ବା ଘରର ଉଚ୍ଚତା କମ୍ ନକରିବେ ତେବେ ଏନେଇ ଏରୋଡ୍ରମ ଅଧିକାରୀ ଜିଲ୍ଲାପାଳଙ୍କୁ ଅବଗତ କରିବେ । ଏହାପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପରେ ଘର ଓ ଗଛର ଉଚ୍ଚତା କମାଯିବ ।

ତେବେ ୬୦ ଦିନ ଭିତର ମାଲିକମାନେ ଏହା କରିବାକୁ ବାଧ୍ୟ । ଯଦି କିଛି ବଡ଼ ସମସ୍ୟା ରହିଥାଏ ତେବେ ଉପଯୁକ୍ତ କାରଣ ଦର୍ଶାଇଲେ ଆଉ ୬୦ ଦିନ ସମୟ ଦିଆଯିବ । ଘର ଏବ ଗଛର ଉଚ୍ଚତା ମାପିବା ପାଇଁ ସରକାରୀ ଅଧିକାରୀମାନେ ଯେକୌଣସି ଘର ପରିସରରେ ମାଲିକଙ୍କୁ ସୂଚନା ଦେଇ ପ୍ରବେଶ କରି ପାରିବେ । ଯଦି କେହି ବିରୋଧ କରନ୍ତି ତେବେ ସେମାନେ ଡିଜିସିଏକୁ ତାଙ୍କ ବିରୋଧରେ ରିପୋର୍ଟ କରିବେ । ସେହିପରି ଯାଞ୍ଚ ପରେ ଘର ଭାଙ୍ଗି କିମ୍ବା ଗଛ କାଟିବା ନେଇ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ।

ଘର ଓ ଗଛ ବାବଦରେ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ । ତେବେ ବିଜ୍ଞପ୍ତି ପ୍ରକାଶ ପରେ ଯେଉଁମାନଙ୍କ ଘର ଅଧାଗଢ଼ା ହୋଇ ରହିଛି ସେମାନଙ୍କର ଭଙ୍ଗା ଗଲେ ସେମାନେ କ୍ଷତିପୂରଣ ପାଇ ପାରିବେ ନାହିଁ । ଅବଶ୍ୟ ବିଜ୍ଞପ୍ତି ପ୍ରକାଶର ୨୦ ଦିନ ମଧ୍ୟରେ ଜନସାଧାରଣଙ୍କ ଠାରୁ ଏ ନେଇ ମତାମତ ମଗା ଯାଇଛି । ସେମାନେ ସିଭିଲ ଏଭିଏସନ୍ ଡାଇରେକ୍ଟର ଜେନେରାଲଙ୍କ ନିକଟକୁ ସିଧାସଳଖ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇ ପାରିବେ ।

ସୂଚନାଯୋଗ୍ୟ, ଜୁନ୍ ୧୨ରେ ଗୁଜରାଟରେ ବଡ଼ ଧରଣର ଏୟାର ଇଣ୍ଡିଆ ବିମାନ କ୍ରାସ ହୋଇଥିଲା । ଏହି ଅହମ୍ମଦାବାଦ ଦୁର୍ଘଟଣା ସମୟରେ ପ୍ଲେନରେ ଥିବା ୨୪୨ ଯାତ୍ରୀଙ୍କ ମଧ୍ୟରୁ ୨୪୧ ପ୍ରାଣ ହରାଇଥିଲେ । ସେହି ଦୁର୍ଘଟଣାରେ କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ । ସେ ଜଣକ ହେଉଛନ୍ତି ବିଶ୍ୱାସ କୁମାର ରମେଶ । ଯାହାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଘନ ଧୂଆଁ ଭିତରୁ ରମେଶ ବାହାରକୁ ଆସୁଥିବାର ସେହି ଭିଡିଓରେ ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ତେବେ ବିମାନ ବନ୍ଦର ନିକଟରେ ଉଚ୍ଚା ବିଲଡିଂ ଏବଂ ଗଛ ଏକ ବଡ଼ ସମସ୍ୟା ହୋଇ ରହିଛି । ଯାହାକୁ ହଟାଇବା ପାଇଁ ଏବେ ପ୍ରୟାସ ଆରମ୍ଭ ହୋଇଛି ।

Tags: airporthigh building
ShareTweetShareSend
Sanchar Live

Sanchar Live

Next Post
ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି

ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସୁନା-ରୂପା କିଣିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସହରରେ କଣ ରହିଛି ଦାମ..
  • ଡାଇରିଆ ଅଞ୍ଚଳରେ ଖୋଲିବନି ସ୍କୁଲ !
  • ଧାମନଗର ପରେ ଆରଡି ପୀଠକୁ ବ୍ୟାପିଲା ଝାଡାବାନ୍ତି
  • ବିମାନ ବନ୍ଦର ପାଖରେ ରହିବନି ବଡ଼ ବିଲ୍ଡିଂ
  • କେମିତି ରହିବ ଗିଲ୍ ବାହିନୀର ପ୍ରଦର୍ଶନ, କାଲିଠୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.