ଜଳୁଛି ବାଲେଶ୍ବର ଜିଲ୍ଲା ନୀଳଗିରି ଚାଲଣାପାଳ ଜଙ୍ଗଲ। ନଷ୍ଟ ହେଲାଣି ଏକର ଏକର ଜଙ୍ଗଲର ମୂଲ୍ୟବାନ ଗଛ। ଅସୁରିକ୍ଷିତ ଅବସ୍ଥାରେ ବନ୍ୟଜନ୍ତୁ । ନୀଳଗିରି ରେଞ୍ଜ ଅଧୀନ ଗାଣ୍ଡିଘୁଷୁରା ପାହାଡ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗି ଜଳୁଛି ଜଙ୍ଗଲ। ଅଣାୟତ୍ତ ହୋଇଛି ନିଆଁ । ପବନର ବେଗ ବଢିବା ସହ ନିଆଁର ପ୍ରକୋପ ବଢିବାକୁ ଲାଗିଛି। ଚଳିତ ବର୍ଷ ବାରମ୍ବାର ନୀଳଗିରି ରେଞ୍ଜରେ ନିଆଁ ଲାଗିଥିବା ବେଳେ ବନବିଭାଗର ଏଥିପ୍ରତି ନିଘା ନାହିଁ। ସ୍ଥାନୀୟ ଲୋକେ ବାରମ୍ବାର ଜଣାଇବା ପରେ ମଧ୍ୟ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିନି। ଯଦି ବନବିଭାଗ ପକ୍ଷରୁ ଫାୟାର ଲାଇନ ପ୍ରସ୍ତୁତ କରାଯାଇଥିଲା॥ ତେବେ କିପରି ନିଆଁ ବ୍ୟାପୁଛି ତାକୁ ନେଇ ପ୍ରଶ୍ନ ଉଠିଛି।