ସଂଚାର ବ୍ୟୁରୋ: ବାଲେଶ୍ବର ଇସାଣୀ ଗାଁରେ ଏନଆଇଏ ଟିମ୍। ପହଲଗାଓଁ ଆତଙ୍କୀ ହମଲାର କରିଛନ୍ତି ତଦନ୍ତ।ମୃତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କୁ କରିଛନ୍ତି ପଚରାଉଚରା।ପ୍ରାୟ ଏକ ଘଣ୍ଟା ଧରି NIA ଟିମ ପଚରାଉଚରା କରିଛି। ପ୍ରଶାନ୍ତଙ୍କ ପରିବାରଙ୍କୁ ପଚରାଉଚରା କରିଛି NIAର ୩ ଜଣିଆ ଟିମ। ରୁଦ୍ଧଦ୍ୱାର ପଚରାଉଚରାରେ ପ୍ରଶାନ୍ତଙ୍କ ସ୍ତ୍ରୀ ଓ ତାଙ୍କ ୯ ବର୍ଷର ପୁଅଙ୍କ ନିକଟରୁ ତଥ୍ୟ ନେଇଛି ଟିମ। କେତେଜଣ ଆସିଥିଲେ କିପରି ଦେଖାଯାଉଥିଲେ କଣ ସବୁ କହିଥିଲେ ଏ ବାବଦରେ ତଥ୍ୟ ନେଇଛି NIA ଟିମ।କେମିତି ହୋଇଥିଲା ଆକ୍ରମଣ ସେନେଇ ମଧ୍ୟ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅକୁ ପଚରାଉଚରା କରିଛି ଏନଆଇଏ ଟିମ୍।