Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଭୁବନେଶ୍ୱରରେ ଖୋଲିବ ଏନ୍‌ଆଇଏ ଥାନା

Sanchar Live by Sanchar Live
May 19, 2025
in ଓଡିଶା
0
ଭୁବନେଶ୍ୱରରେ ଖୋଲିବ ଏନ୍‌ଆଇଏ ଥାନା
0
SHARES
4
VIEWS
FacebookTwitter

ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଖୋଲିବ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଥାନା। ଏନେଇ ଗତକାଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱରର ଭିଏସ୍‌ଏସ୍‌ ନଗରରେ ଖୋଲିବ ଏହି ଥାନା। ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ନଗରରେ ଏନ୍‌ଆଇଏର ଶାଖା ଖୋଲିବ। ଏସ୍‌ପି ପାହ୍ୟାର ଜଣେ ଅଧିକାରୀ ଏହି ଥାନା ଦାୟିତ୍ବରେ ରହିବେ। ଏହି ବିଲ୍ଡିଂରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।

ଏଥିସହ ଆବଶ୍ୟକ କର୍ମଚାରୀ ଏବଂ ଅନ୍ୟାନ ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶା ଏବେ ଆତଙ୍କବାଦୀଙ୍କ ସ୍କାନରରେ ଅଛି। ଅବଦୁଲ ରେହମାନ ଠାରୁ ଆରମ୍ଭ କରି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପର୍ଯ୍ୟନ୍ତ ପାକିସ୍ତାନର ଗୁପ୍ତଚର ସାଜି ଓଡ଼ିଶାର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଉଥିଲେ। ତେଣୁ ଓଡ଼ିଶାରେ ଏନ୍‌ଆଇଏ ଅଫିସ୍‌ ରହିବା ଜରୁରୀ ହୋଇ ପଡ଼ିଥିଲା। କାରଣ ଏଠାରେ କୌଣସି ଦେଶ ବିରୋଧୀ ଅପରାଧ ଘଟିଲେ ଦିଲ୍ଲୀ ଏବଂ କଲିକତାରୁ ଏନ୍‌ଆଇଏ ଟିମ୍‌ ଓଡ଼ିଶା ଆସୁଥିଲେ। ସେତ ବେଳକୁ ତଦନ୍ତରେ ବିଳମ୍ବ ହେବା ସହ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ରହିଥିଲା। ତେଣୁ ଏସବୁ ନଜରକୁ ନେଇ ଓଡ଼ିଶାରେ ଏନ୍‌ଆଇଏ ଅଫିସ ନିହାତି ଆବଶ୍ୟକ ଥିଲା।

ସୂଚନାଯୋଗ୍ୟ ଯେ ଜାତୀୟ ତଦନ୍ତ ସଂସ୍ଥା ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା, ଯାହା ୨୦୦୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ପ୍ରାଥମିକ ଭୂମିକା ହେଉଛି ଆତଙ୍କବାଦ ସହିତ ଜଡିତ ଅପରାଧ ଏବଂ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକର ତଦନ୍ତ ଏବଂ ବିଚାର କରିବା। ଏନ୍‌ଆଇଏ ମଧ୍ୟ ଆତଙ୍କବାଦୀ ନେଟୱର୍କଗୁଡ଼ିକୁ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିଥାଏ। ଏନ୍‌ଆଇଏ’ର ସାରା ଭାରତରେ ୧୯ଟି ଶାଖା କାର୍ଯ୍ୟାଳୟ ଅଛି। ଏହାର ମୁଖ୍ୟ କାର୍ଯ୍ୟଳୟ ନୂଆଦିଲ୍ଲୀରେ ରହିଛି। ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦ ବିପଦକୁ ମୁକାବିଲା କରିବା ପାଇଁ ଏହି ଶାଖା କାର୍ଯ୍ୟାଳୟଗୁଡ଼ିକ ରଣନୀତିକ ଭାବରେ ଅବସ୍ଥିତ। ହାଇଦ୍ରାବାଦ, ଗୁଆହାଟୀ, କୋଚି, ଲକ୍ଷେ୍ନø, ମୁମ୍ୱାଇ, କୋଲକାତା, ରାୟପୁର, ଜମ୍ମୁ, ଚଣ୍ଡିଗଡ଼, ରାଞ୍ଚି, ଚେନ୍ନାଇ, ଇମ୍ଫାଲ, ବେଙ୍ଗାଲୁରୁ, ପାଟନା, ଜୟପୁର, ଭୋପାଳ ଏବଂ ଅହମ୍ମଦାବାଦ ଏନଆଇଏ ଶାଖା କାର୍ଯ୍ୟାଳୟ ରହିଛି।

Tags: bhubaneswarNiapolice station
ShareTweetShareSend
Sanchar Live

Sanchar Live

Next Post
ଇତିହାସ ରଚିଲେ ଶ୍ରେୟସ ଆୟର

ଇତିହାସ ରଚିଲେ ଶ୍ରେୟସ ଆୟର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.