ସଂଚାର ବ୍ୟୁରୋ: ପହଲଗାଓଁର ଜିପ୍ ଲାଇନ୍ ଅପରେଟରକୁ ଏନଆଇଏର ଘନ ଘନ ଜେରା। ଆତଙ୍କବାଦୀ ଆକ୍ରମଣ ନେଇ ତାଙ୍କୁ ଆଜି ଘାଣ୍ଟିଛି ଏନଆଇଏ। ଆତଙ୍କବାଦୀ ଆକ୍ରମଣରେ ଏହି ଜିପ୍ ଲାଇନ୍ ଅପରେଟରର ହାତ ଥିଲା କି, କୌଣସି ପ୍ରକାରରେ ସେ ସଂପୃକ୍ତ କି ନୁହେଁ, ଆତଙ୍କବାଦୀ ଆକ୍ରମଣ ନେଇ ତା ପାଖରେ ଆଗରୁ ସୂଚନା ଥିଲା କି, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଏନଆଇଏ।ପହଲଗାଁଓର ବୈସରନ୍ ଉପତ୍ୟକାରେ ଏହି ବ୍ୟକ୍ତିଜଣକ ଜିପ୍ ଲାଇନ୍ ଚଳାଏ। ସେ ୩ ଥର ଆଲ୍ଲା ହୁ ଅକବର୍ ସ୍ଲୋଗାନ ଦେଇଥିଲା। ତା ପରେ ପରେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିଥିଲେ। ଏହା ଏକ ତତ୍କାଳିକ ସଂଯୋଗ ନା ଆତଙ୍କବାଦୀ ଆକ୍ରମଣ ଘଟଣା ସହିତ ତାର ସଂପୃକ୍ତି ଅଛି, ତାର ତଦନ୍ତ କରୁଛି ଏନଆଇଏ। … ଗତକାଲି ଏହାର ଭିଜୁଆଲ ଭାଇରାଲ୍ ହୋଇଥିଲା। ଜିପଲାଇନରେ ଯିବା ପୂର୍ବରୁ ଏହି ଭିଡିଓ ସୁଟ କରିଥିଲେ ରିଷି ଭଟ୍ଟ ନାମକ ଅହମଦାବାଦର ଜଣେ ପର୍ଯ୍ୟଟକ। ଜିପଲାଇନର୍ ଉପରେ ସନ୍ଦେହ ହେଉଥିବା ସେ କହିଥିଲେ। ଏହା ପରେ ଜିପ୍ ଲାଇନର୍ ଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। …