ନୂଆ ବର୍ଷ ପାଇଁ ପ୍ରକାଶ ପାଇଲା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି । ଡିସେମ୍ବର ୩୧ ରେ ମାତ୍ର ୩ ଘଣ୍ଟା ନିଦ୍ରା ଯିବେ ଶ୍ରୀଜିଉ । ଡିସେମ୍ବର ୩୧ ତାରିଖରେ ରାତି ୧୧ ଟାରେ ପହୁଡ ହୋଇ ରାତ୍ର ୨ ଟାରେ ଦ୍ୱାର ଫିଟିବ । ଛତିଶାନିଯୋଗ ଓ ନୀତି ସବକମିଟି ବୈଠକର ଅନୁମୋଦିତ ନୀତି ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ହେବ ନୀତିକାନ୍ତି । ସଅଳ ନୀତିକାନ୍ତି ହେଲେ ସଅଳ ପହୁଡ ଏବଂ ସଅଳ ଦ୍ଵାରଫିଟା ନୀତି ହେବ । ଶ୍ରଦ୍ଧାଳୁଙ୍କ ସଂଖ୍ୟା ବେଶି ରହିଲେ ସେହି ଦିନର ନୀତି ସେହି ଦିନ ନିରୁପିତ୍ ହେବ । ଜାନୁୟାରୀ ୧ ତାରିଖ ଦିନ ବାହାର କାଠ ଦର୍ଶନ ହେବ । ଡିସେମ୍ବର ୩୧ ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ଭିଡ ରହିବା ସମ୍ଭାବନା ରହିଛି । ତେଣୁ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।
