ଭାରତ ଓ ପାକିସ୍ତନ ମଧ୍ୟରେ ଉତ୍ତେଜନା ଦେଖି ଆଇପିଏଲ୍ ବନ୍ଦ ରହିଥିଲା । ପୁଣି ଥରେ ମେ ୧୭ରୁ ଆରମ୍ଭ ହେବ । ଆଇପିଏଲ୍ ୨୦୨୫ର ଅନ୍ତିମ ପର୍ଯ୍ୟାୟ ପାଇଁ ଟିମ୍ ଅସ୍ଥାୟୀ ରିପ୍ଲେସମେଣ୍ଟରେ ଖେଳାଳିଙ୍କ ସହ ଚୁକ୍ତି କରିପାରିବେ । କିନ୍ତୁ ଖେଳାଳିଙ୍କୁ ପରବର୍ତ୍ତୀ ନିଲାମୀ ପୂର୍ବରୁ ରିଟେନ୍ କରିପାରିବେ ନାହିଁ ।
ଆଇପିଏଲ ନିୟମ ଅନୁଯାୟୀ, ଅସୁସ୍ଥତା କିମ୍ବା ଆଘାତ କ୍ଷେତ୍ରରେ ଟିମଗୁଡ଼ିକୁ ବଦଳ ଖେଳାଳି କରିବାର ଅନୁମତି ଥାଏ, କିନ୍ତୁ ଏହା ସିଜିନର 12ତମ ମ୍ୟାଚ୍ ସମୟରେ କିମ୍ବା ପୂର୍ବରୁ ହେବା ଆବଶ୍ୟକ । କିନ୍ତୁ ଏବେ ଲିଗର ନିୟମ ବଦଳି ଯାଇଛି । IPL 2025 ସିଜିନର ଶେଷ ପର୍ଯ୍ୟାୟ ପାଇଁ ଫ୍ରାଞ୍ଚାଇଜିଗୁଡ଼ିକୁ ଅସ୍ଥାୟୀ ବଦଳକାରୀ ଖେଳାଳି କରିବାର ଅନୁମତି ଦିଆଯାଇଛି । କିନ୍ତୁ IPL ବନ୍ଦ ହେବା ପରେ ବଦଳ ଭାବରେ ଯେଉଁ ଖେଳାଳିମାନେ ଆସିବେ । ତାଙ୍କୁ ଆସନ୍ତା ବର୍ଷ ରିଟେନ୍ କରାଯାଇପାରିବ ନାହିଁ ଏବଂ ତାଙ୍କୁ ନିଲାମକୁ ଯିବାକୁ ପଡିବ ।
ଭାରତ ଓ ପାକିସ୍ତନ ମଧ୍ୟରେ ସଂଘର୍ଷକୁ ଲିଗ୍ ତାରିଖରେ ପରବର୍ତ୍ତନ ଘଟିଛି । ନୂଆ ତାରିଖ ଯୋଗୁଁ କିଛି ଖେଳାଳିଙ୍କ ସିଡ୍ୟୁଲ୍ ଆଇପିଏଲ୍ ଖେଳିବା ପାଇଁ ଅନୁମତି ଦେଉ ନାହିଁ । ତେବେ ଅଧିକାଂଶ ବିଦେଶୀ ଖେଳାଳି ଭାରତକୁ ଫେରି ଆସିଛନ୍ତି, କିନ୍ତୁ ଅନ୍ୟ କିଛି ଜଣ ଟୁର୍ଣ୍ଣାମେଣ୍ଟରେ ସାମିଲ ନହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସର ଜେକ୍ ଫ୍ରେଜର ମ୍ୟାକଗର୍କ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଜେମି ଓଭରଟନ୍ ଘରକୁ ଫେରି ଯାଇଥିଲେ ଏବଂ ଏବେ ଏହି ଉଭୟ ଖେଳାଳି ଫେରିବେ ନାହିଁ । ସେ ଏ ବିଷୟରେ ତାଙ୍କ ଫ୍ରାଞ୍ଚାଇଜିଗୁଡ଼ିକୁ ଜଣାଇ ଦେଇଛନ୍ତି । ଦିଲ୍ଲୀ ଦଳ ମ୍ୟାକଗର୍କଙ୍କ ବଦଳ ଖେଳାଳି ଭାବରେ ମୁସ୍ତାଫିଜୁର ରହମାନଙ୍କୁ ଦଳରେ ସାମିଲ କରିଛି, କିନ୍ତୁ ନୂତନ ନିୟମ ଅନୁଯାୟୀ, ଦିଲ୍ଲୀ ଦଳ ତାଙ୍କୁ ପରବର୍ତ୍ତୀ ସିଜନ ପାଇଁ ରଖିପାରିବ ନାହିଁ ।
ଆଇପିଏଲ୍ ୨୦୨୫ର ଅବଶିଷ୍ଟ ୧୬ ମ୍ୟାଚ୍ ଦେଶର ୬ଟି ସହରରେ ଖେଳାଯିବ । ଏହି ୬ଟି ସହର ହେଉଛି ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ ଓ ଅହମ୍ମଦାବାଦ । ମେ ୨୭ରେ ସିଜିନର ଶେଷ ଲିଗ୍ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହା ପରେ କ୍ଵାଲିଫାୟର-୧ ମେ ୨୯ ତାରିଖ ଖେଳାଯିବ । ଏଲିମିନେଟର ମ୍ୟାଚ୍ ମେ ୩୦ ତାରିଖ ଓ ଦ୍ଵିତୀୟ କ୍ଵାଲିଫାୟର ଜୁନ ୧ ତାରିଖ ଖେଳାଯିବ । ଜୁନ ୩ ତାରିଖ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।