Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ବଢିଚାଲିଛି ଅପରାଧ, ଖସିଚାଲିଛନ୍ତି ଅଭିଯୁକ୍ତ

Sanchar Live by Sanchar Live
August 8, 2024
in ଅପରାଧ
0
ବଢିଚାଲିଛି ଅପରାଧ, ଖସିଚାଲିଛନ୍ତି ଅଭିଯୁକ୍ତ
0
SHARES
10
VIEWS
FacebookTwitter

ସଂଚାର ବ୍ୟୁରୋ: ରିପୋର୍ଟରେ ପ୍ରକାଶ ପାଇଲା ସାଙ୍ଘାତିକ ତଥ୍ୟ । ରାଜ୍ୟ ସମେତ ଦେଶରେ ଦୁର୍ନୀତି ଓ ଅନ୍ୟାନ୍ୟ ଆର୍ଥିକ ଅପରାଧ ବଢିଚାଲିଚି। ସେପଟେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ତ୍ୱରିତ ଦଣ୍ଡବିଧାନ ହେଉନଥିବାରୁ ଏହି କିସମର ଅପରାଧମାନ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏଥିଘେନି ଆଇନ୍‍ ଅଦାଲତ ଠାରୁ ସାମାଜିକ ସଂଗଠନମାନେ ବାରମ୍ବାର ଉଦବେଗପ୍ରକାଶ କରୁଥିଲେ ମଧ୍ୟ ଦୁର୍ନୀତିଖୋରମାନଙ୍କର ଏଥିପ୍ରତି ନିଘା ଥିବାଭଳି ମନେ ହେଉନାହିଁ ।

କେନ୍ଦ୍ର ସରକାରଙ୍କ ସର୍ବଶେଷ ଏନସିଆରବି ରିପୋର୍ଟର ତଥ୍ୟ ମୁତାବକ ଦେଶରେ ୭ଲକ୍ଷ ୪୨ହଜାରରୁ ଅଧିକ ଆର୍ଥିକ ଅପରାଧ ଓ ପ୍ରାୟ ୨୯ହଜାର ଦୁର୍ନୀତି ନିବାରଣ ମାମଲା ଗତବର୍ଷ ଆରମ୍ଭ ସୁଦ୍ଧା ପଡି ରହିଥିଲା । ଏବେ ଏହି ସଂଖ୍ୟା ଢେର ଅଧିକ ହେବବୋଲି ଆଶଙ୍କା କରାଯାଉଛି ।

ଏହି ତଥ୍ୟ ଅନୁଯାୟୀ ଦେଶରେ ଆର୍ଥିକ ଅପରାଧ ମାମଲାରେ ଦଣ୍ଡବିଧାନ ହାର ୩୨.୬ ପ୍ରତିଶତ ରହିଥିବାବେଳେ ଏଭଳି ଅପରାଧିକ ମାମଲାରୁ ବର୍ଷରେ ୬ ପ୍ରତିଶତ ମଧ୍ୟ ଫଏସଲା ହୋଇପାରୁ ନାହିଁ । ସେହିଭଳି ଭିଜିଲାନ୍ସ ମାମଲାରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୩୯.୬ ପ୍ରତିଶତ ରହିଥିବାବେଳେ ଏଭଳି କିସମର ମାମଲା ଫଏସଲା ହାର ବାର୍ଷିକ ୭ ପ୍ରତିଶତରୁ କମ୍‍ ରହୁଛି ।

ସାରା ଦେଶରେ ଦୁର୍ନୀତି ନିବାରଣ ମାମଲାରେ ଗୋଟିଏ ବର୍ଷରେ ମାତ୍ର ୨୦୩୬ଟି ଫଏସଲା ହୋଇଥିବାବେଳେ ସେଥିରୁ ୭୨୨ଟିରେ ଦଣ୍ଡବିଧାନ ହେବା ଘଟଣାରୁ ଦୁର୍ନୀତିଖୋରଙ୍କ ପାଇଁ ବ୍ୟବସ୍ଥା କେତେ ସହନଶୀଳ ତାହା ପ୍ରତୀୟମାନ ହେଉଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ଲାଞ୍ଚ କାରବାରବେଳେ ଧରା ପଡିଥିବା ଘଟଣାରୁ ଗତବର୍ଷ ଆରମ୍ଭ ବେଳକୁ ମାତ୍ର ୨୮,୬୫୫ଟି ମାମଲା ବିଚରାଧିନ ଥିଲା । ଏହି ବିଚାରାଧିନ ମାମଲାଗୁଡିକ ମଧ୍ୟରୁ ଅଧିକାଂଶ ଢେର ପୁରୁଣା ।

ଏହି ରିପୋର୍ଟର ତଥ୍ୟ ମୁତାବକ ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ସେତେଟା ଭଲ ନୁହେଁ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣ ଦୁର୍ନୀତିକରଣ ଘେନି ଗଣମାଧ୍ୟମ ଠାରୁ ନିର୍ବାଚିତ ଲୋକ ପ୍ରତିନିଧି, ପୁଲିସ୍‍ ପ୍ରଶାସନ ଏମିତିକି ଆଇନ୍‍ ଅଦାଲତ ମଧ୍ୟ ଉଦବେଗପ୍ରକାଶ କରିଆସୁଛନ୍ତି । ତେବେ ଏନସିଆରବିର ସର୍ବଶେଷ ତଥ୍ୟ ମୁତାବକ ଗତବର୍ଷ ଆରମ୍ଭ ବେଳକୁ ଓଡିଶାରେ ମାତ୍ର ୩୬୩୩ଟି ଦୁର୍ନୀତି ନିବାରଣ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଏହା ପୂର୍ବବର୍ଷରେ ମୋଟେ ୨୪୭ଟି ଭିଜିଲାନ୍ସ ମାମଲା ଫଏସଲା ହୋଇଥିବାବେଳେ ସେଥିରୁ ୯୦ଟିରେ ଦଣ୍ଡବିଧାନ ହୋଇଥିଲା । ଅବଶ୍ୟ ସଂଖ୍ୟାଧିକ ଦଣ୍ଡବିଧାନ ମାମଲାରେ ଅପରାଧିମାନେ ଉପର ଅଦାଲତର ଆଶ୍ରୟନେଇ ପୁଣି ମାମଲାକୁ ପ୍ରଲମ୍ବିତ କରୁଛନ୍ତି ।

ଏନସିଆରବି ତଥ୍ୟ ମୁତାବକ ଓଡିଶାରେ ଭିଜିଲାନ୍ସ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୩୬.୦୪ ପ୍ରତିଶତ ଥିବାବେଳେ ବାର୍ଷିକ ମାମଲା ଫଏସଲା ହାର ୬.୪ ପ୍ରତିଶତ ରହିଥିଲା । ଏଥିରୁ ଭିଜିଲାନ୍ସ ମାମଲା ଫଏସଲାରେ ବିଳମ୍ବ ଏବଂ ସଂଖ୍ୟାଧିକ କ୍ଷେତ୍ରରେ ଅଭିଯୁକ୍ତ ଖସିଯାଉଥିବା ସ୍ପଷ୍ଟ ଜଣାପଡୁଛି ।

ସେହିପରି ଚିଟ୍‍ଫଣ୍ଡ ଠକେଇ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଆର୍ଥିକ ଅପରାଧ ଆମ ରାଜ୍ୟରେ ଢେର ବଢୁଛି । ଗତ ଡିସେମ୍ବର ମାସରେ ପ୍ରକାଶିତ ଏନ୍‍ସିଆରବି ରିପୋର୍ଟ ମୁତାବକ ରାଜ୍ୟରେ ୨୮,୭୭୬ଟି ଆର୍ଥିକ ଅପରାଧ ମାମଲା ବିଚାରାଧିନ ଥିବାବେଳେ ତାହା ପୂର୍ବବର୍ଷ ମାତ୍ର ୩୩୫ଟି ମାମଲାର ଫଏସଲା ହୋଇଥିଲା ଏବଂ ସେଥିରୁ ୩୦୬ଟିରେ ଅଭିଯୁକ୍ତ ଖସିଯାଇଥିବାବେଳେ ମାତ୍ର ୧୯ଟିରେ ଦଣ୍ଡବିଧାନ କରାଯାଇଥିଲା । ଅର୍ଥାତ୍‍ ଏ କିସମ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ୫.୮ ପ୍ରତିଶତ ରହୁଥିବାବେଳେ ବାର୍ଷିକ ଫଏସଲା ହାର ମାତ୍ର ୧.୨ ପ୍ରତିଶତ ଥିବା ରିପୋର୍ଟ କହୁଛି ।

Tags: crime reportspecial news
ShareTweetShareSend
Sanchar Live

Sanchar Live

Next Post
ଜରିମାନା ଛାଡ଼ର ସୁବିଧା ନେବାକୁ ଆହ୍ୱାନ

ଜରିମାନା ଛାଡ଼ର ସୁବିଧା ନେବାକୁ ଆହ୍ୱାନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
  • ଆଜି ପୀଠରେ ମହାନବମୀ, ମଣ୍ଡପରେ ମହାଷ୍ଟମୀ
  • ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର
  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.