Monday, December 1, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ନେପାଳରେ ଜେଲରୁ ଫେରାର ହେଲେ ୬ ହଜାର କଏଦୀ

Sanchar Live by Sanchar Live
September 10, 2025
in ବିଦେଶ
0
ନେପାଳରେ ଜେଲରୁ ଫେରାର ହେଲେ ୬ ହଜାର କଏଦୀ
0
SHARES
68
VIEWS
FacebookTwitter

ସଂଚାର ବ୍ୟୁରୋ: ନେପାଳ ସରକାର ବିରୋଧରେ ଜେନ୍-ଜି ବିକ୍ଷୋଭ ପରେ ନେପାଳର ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ରାଗ ଥମିନାହିଁ ଏବଂ ପ୍ରଦର୍ଶନକାରୀମାନେ ସେମାନଙ୍କର ଦାବି ଉପରେ ଅଟଳ ଅଛନ୍ତି ।

ପ୍ରଦର୍ଶନକାରୀ ଜେଲରେ ପଶି ଭଙ୍ଗାରୁଜା କରିଥିଲେ । ଫଳରେ ଏହି ହିଂସାରେ ୧୮ ଜିଲ୍ଲାର ଜେଲରୁ ପ୍ରାୟ ୬ ହଜାର କଏଦୀ ଫେରାର ହୋଇଯାଇଛନ୍ତି । ଏଥିରେ କେବଳ କାସ୍କିରୁ ୭୭୩ କଏଦୀ ପଳାୟନ କରିଛନ୍ତି । ନବଲପରାସୀ ଜେଲରୁ ୫୦୦ କଏଦୀ ପଳାୟନ କରିଛନ୍ତି। ଚିତୱାନରୁ ୭୦୦ କଏଦୀ, କୈଲାଲିରୁ ୬୧୨ କଏଦୀ, ଜଳେଶ୍ୱରରୁ ୫୭୬ କଏଦୀ ପଳାଇଛନ୍ତି । ଅନ୍ୟ ଜିଲ୍ଲାରୁ ଅନେକ କଏଦୀ ରହିଛନ୍ତି । ନେପାଳର ଜେଲରୁ ଖସି ପଳାଇଥିବା ୫ ଜଣ କଏଦୀ ଭାରତ-ନେପାଳ ସୀମା ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏହି ଅନୁପ୍ରବେଶକାରୀମାନେ ସେମାନଙ୍କ ଯୋଜନାରେ ସଫଳ ହୋଇପାରି ନଥିଲେ ଏବଂ ସେମାନଙ୍କୁ ଗିରଫ କରାଯାଇଛି ।

ନେପାଳର ଅନେକ ସ୍ଥାନରେ ନିଆଁ ଜଳୁଛି । ସୁପ୍ରିମକୋର୍ଟ, ବିମାନବନ୍ଦର, ସହ ବଡ଼ କୋଠାରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ । ପ୍ରଦର୍ଶନକାରୀମାନେ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସେଥିରେ ରଖାଯାଇଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନଷ୍ଟ କରିଦେଇଛନ୍ତି ।

ଏପରି ପରିସ୍ଥିତିରେ ଏବେ ନେପାଳର ସେନା ନିଜ ହାତରେ କମାଣ୍ଡ ନେଇ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଛି । ପିଏମ ଓଲିଙ୍କ ଇସ୍ତଫା ପରେ ସେନା ନିୟନ୍ତ୍ରଣରେ ରହିଛି କାଠମାଣ୍ଡୁ, ପୋଖରା, ଓ ଲଳିତପୁର । ପିଏମ ଓଲିଙ୍କ ଇସ୍ତଫା ପରେ ସେନା ନିୟନ୍ତ୍ରଣରେ ରହିଛି କାଠମାଣ୍ଡୁ, ପୋଖରା, ଓ ଲଳିତପୁର ।

ସୂଚନାଯୋଗ୍ୟ, ନେପାଳରେ ସରକାର ସୋସିଆଲ ମିଡିଆ ଆପ୍ ବ୍ୟାନ କରିବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା । ଲକ୍ଷାଧିକ ଜେନ-ଜି ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ସବୁକିଛି ନଷ୍ଟ କରିଦେଇଛନ୍ତି । ସଂସଦ ଭବନ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅଫିସରେ ନିଆଁ ଲଗାଇଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ସବୁକିଛି ଛାରଖାର ହୋଇଯାଇଛି ।

Tags: JailNepal
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟରେ ୧୪ ତାରିଖ ଯାଏଁ ଲାଗି ରହିବ ବର୍ଷା

ରାଜ୍ୟରେ ୧୪ ତାରିଖ ଯାଏଁ ଲାଗି ରହିବ ବର୍ଷା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ନୟାଗଡ଼ରେ ସେକ୍ସ ରାକେଟ ଠାବ
  • ଆଜି ପୁଣି କମ୍ପିବ ବିଧାନସଭା
  • ଆଜିଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ
  • ଅଜିତ ଦାଶ ହେଲେ ‘ସଂଚାର’ର ମୁଖ୍ୟ ସମ୍ପାଦକ
  • ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.