Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଜୀବନ ଶୈଳୀ

ଏମିତି କିଛି ଲୋକ ଯାହାଙ୍କୁ ଦେଖିଲେ ରାଗ ଲାଗେ, ଜାଣନ୍ତୁ ନକାରାତ୍ମକ ଲୋକଙ୍କଠୁ କେମିତି ଦୂରେଇ ରହିବେ…

Sanchar Live by Sanchar Live
April 26, 2025
in ଜୀବନ ଶୈଳୀ
0
0
SHARES
16
VIEWS
Facebook
Twitter

କିଛି ଲୋକ ଏମିତି ହୋଇଥାନ୍ତି, ଯାହାକୁ କେହି ପସନ୍ଦ କରି ନଥାନ୍ତି । ତେଣୁ ସେମାନଙ୍କ ସହ କେହି ଅଧିକ ସମୟ ରହିବାକୁ ଚାହିଁ ନଥାନ୍ତି । କାରଣ ସେମାନଙ୍କ ବ୍ୟବହାର ଅନ୍ୟମାନଙ୍କୁ ସମସ୍ୟାରେ ପକାଇଥାଏ । ଏହି ଲୋକମାନେ ଖୁବ୍‌  ନକାରାତ୍ମକ ସ୍ୱଭାବର ହୋଇଥାନ୍ତି । ଚାଲନ୍ତୁ ଜାଣିବା ଏମିତି ଲୋକମାନଙ୍କ ବିଷୟରେ…

ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିତ୍ୱ ଓ ବ୍ୟବହାର ଦ୍ୱାରା ଅନ୍ୟମାନଙ୍କ ପାଖରେ ପରିଚିତ ହୋଇଥାନ୍ତି । କିନ୍ତୁ କିଛି ଲୋକଙ୍କର ଅଭ୍ୟାସ ଏମିତି ହୋଇଥାଏ, ଯାହା ଅନ୍ୟମାନଙ୍କୁ ନାପସନ୍ଦ ହୋଇଥାଏ । ଏଭଳି ଲୋକଙ୍କ ସହ ମିଳାମିଶା କରିବା ଆଦୌ ସହଜ ହୋଇ ନଥାଏ । କାରଣ ଏମାନେ ନକାରାତ୍ମକ ପ୍ରଭାବକୁ ସଂପ୍ରସାରିତ କରିବା ସହ ଅନ୍ୟମାନଙ୍କୁ ଅସହଜ ମନେ କରିବାକୁ ବାଧ୍ୟ କରିଥାନ୍ତି । ଏମାନେ ହେଉଛନ୍ତି।

Related posts

ଶୀତ ଦିନେ ଏମିତି କରନ୍ତୁ: ପାଖ ମାଡ଼ିବନି ରୋଗ

ଶୀତ ଦିନେ ଏମିତି କରନ୍ତୁ: ପାଖ ମାଡ଼ିବନି ରୋଗ

November 4, 2026
ଏହି କାରଣଗୁଡ଼ିକ ଆପଣଙ୍କର ପିତା ହେବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇପାରେ

ଏହି କାରଣଗୁଡ଼ିକ ଆପଣଙ୍କର ପିତା ହେବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇପାରେ

November 2, 2026

ଆକ୍ରମଣାତ୍ମକ ସ୍ୱଭାବର 

କିଛି ଲୋକଙ୍କ ବ୍ୟବହାର ଖୁବ୍‌ ଆକ୍ରମଣାତ୍ମକ ବା  ଧମକ ଦେଇ କଥାବାର୍ତ୍ତା କରିଥାନ୍ତି, ଯାହା ଲୋକଙ୍କୁ ସହଜ ଅନୁଭବ ହୋଇ ନଥାଏ । ଏମାନେ ରାଗରେ କଥାବାର୍ତ୍ତା କରିବା ସହ ପ୍ରତି କଥାରେ ଡରାଇବାକୁ ପ୍ରୟାସ କରିଥାନ୍ତି । ତେଣୁ ଏମାନଙ୍କ ସହ  ସାଙ୍ଗ ହେବାକୁ ପ୍ରାୟ ଲୋକ ପସନ୍ଦ କରି ନଥାନ୍ତି । ତେଣୁ ଏମାନଙ୍କର ସାଙ୍ଗ କମ୍‌ ରହିଥାନ୍ତି ।

ବ୍ୟଙ୍ଗ କରୁଥିବା ଲୋକ

କିଛି ଲୋକ କଥା କଥାରେ ଅନ୍ୟକୁ ବ୍ୟଙ୍ଗ କରିବା ସହ ମଜାକ୍‌  ଉଡାଇଥାନ୍ତି । ଅନ୍ୟର ଭାବନାକୁ ଅଣଦେଖା କରି ମଜାକ୍‌ର ପାତ୍ର ହୋଇଥାନ୍ତି । ଏହି ଲୋକମାନେ ନିଜକୁ ହସାଇବା ପାଇଁ ଅନ୍ୟକୁ ଅପମାନ କରିବା ସହ ମଜାକ୍‌ ଉଡାଇଥାନ୍ତି ।  ଫଳରେ ଲୋକମାନେ ଆପେ ଆପେ ଦୂରେଇ ଯାଇଥାନ୍ତି ।

ଅନ୍ୟର ମଜାକ୍‌ ଉଡାଇଥାନ୍ତି 

କିଛି ଲୋକ ଅନ୍ୟର ଦୁର୍ବଳତା ବାହାର କରି ମଜାକ୍‌ ଉଡାଇବାକୁ ଭଲ ପାଇଥାନ୍ତି । ତେଣିକି ଏହି ଦୁର୍ବଳତା ଶାରୀରିକ ଗଠନ,  ଭୁଲ୍‌ କିମ୍ବା କଥାବାର୍ତ୍ତାକୁ ନେଇ ହୋଇପାରେ । ଅପମାନ କରିବା ପରେ ମଜାକ୍‌ କରୁଥିଲି ବୋଲି କହିଥାନ୍ତି । ଏହି ବ୍ୟବହାର ଯୋଗୁ ଏମାନଙ୍କର ବେଶୀ ସାଙ୍ଗ ରହି ନଥାନ୍ତି ।

ଗର୍ବୀ ବ୍ୟବହାର

ଗର୍ବୀ ବ୍ୟବହାର କରୁଥିବା ଲୋକକୁ ପ୍ରାୟ ଲୋକ ପସନ୍ଦ କରି ନଥାନ୍ତି । କାରଣ ଏମାନେ ସବୁବେଳେ ନିଜକୁ ଅନ୍ୟମାନଙ୍କଠାରୁ ଭଲ ବୋଲି ବିବେଚନା କରିଥାନ୍ତି । ଅନ୍ୟମାନଙ୍କଠାରୁ ନିଜକୁ ବଡ଼ ବୋଲି ଧରି ନେଇଥାନ୍ତି । ଅନ୍ୟର ଭାବନାକୁ ଏମାନେ ସମ୍ମାନ ଦେଇ ନଥାନ୍ତି। ତେଣୁ ଏମାନଙ୍କ ସହ ବେଶୀ ଦିନ ସାଙ୍ଗ ହେବା ସହଜ ହୁଏନା ।

ଅନ୍ୟକୁ ନ୍ୟୂନ ଦେଖାଇ ହେବା 

କିଛି ଲୋକ ଅନ୍ୟକୁ ଅପମାନିତ କରିବା ବା ନ୍ୟୂନ ଦେଖାଇ ହେବାକୁ ପସନ୍ଦ କରିଥାନ୍ତି । ଅନ୍ୟର ସଫଳତାରେ ଜଳିବା  କିମ୍ବା ଅନ୍ୟକୁ କମ୍‌ ଭାବିବାକୁ ସବୁବେଳେ ପ୍ରୟାସ ଜାରି  ରଖିଥାନ୍ତି । ତେଣିକି ତାହା ପଢା ହେଉ ଅବା ଚାକିରି  କିମ୍ବା ବ୍ୟକ୍ତିଗତ ଜୀବନର ଉପଲବ୍ଧି । ସେମାନଙ୍କର ଲକ୍ଷ୍ୟ  ହେଲା ଅନ୍ୟକୁ ନ୍ୟୂନ ଦେଖାଇ ହୋଇ ସେ ଲୋକର  ଆତ୍ମନିଶ୍ୱାସକୁ କମ୍‌ କରିବା ।

Tags: lifestylenegative person

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଶୀତ ଦିନେ ଏମିତି କରନ୍ତୁ: ପାଖ ମାଡ଼ିବନି ରୋଗ
  • ଭୂସ୍ଖଳନରେ ଆଉ ଯିବନି ଜୀବନ: ହେବନି ଧନଜୀବନ ହାନି
  • କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.