ସଂଚାର ବ୍ୟୁରୋ: ନୌସେନା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ । କହିଲେ, ଜାତୀୟ ସୁରକ୍ଷା କ୍ଷେତ୍ରରେ ନୌସେନାର ଭୂମିକା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ । ଜଳପଥରେ ଅନୁପ୍ରବେଶ ରୋକିବାରେ ନୌସେନା ଭୂମିକା ପ୍ରଶଂସନୀୟ । ୬୩ ସ୍ୱଦେଶୀ ବୁଡ଼ା ଜାହାଜ ନିର୍ମାଣ କରିବାରେ ସଫଳ ହୋଇଛୁ । ୨୦୪୭ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା । ବାଲିଷ୍ଟିକ ମିଜାଇଲ ସବମେରାଇନ କରିବାରେ ବିଶ୍ୱର ଷଷ୍ଠ ରାଷ୍ଟ୍ର ପାଲଟିଛି ଭାରତ । ନୌସେନା ପ୍ରଥମ କରି ମହିଳା ଅଗ୍ନିବୀରଙ୍କୁ ସାମିଲ କରିଛି । ପ୍ରାଚୀନ କଳିଙ୍ଗ ସହ ଅନେକ ସ୍ମୃତି ଯୋଡ଼ି ହୋଇ ରହିଛି ।
ନୌସେନା ଦିବସ ପାଇଁ ବ୍ଲୁ ଫ୍ଲାଗ ବିଚରେ ଚାଲିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କମ୍ପି ଉଠୁଛି ପୁରୀର ବ୍ଲୁ ଫ୍ଲାଗ ବିଚ୍ । ନୌ-ବୀର ଦେଖାଉଛନ୍ତି ପରାକ୍ରମ । ଏଥିରେ ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତମାମ ବିଧାୟକ ମନ୍ତ୍ରୀ ମଧ୍ୟ ପୁରୀରେ ଉପସ୍ଥିତ ଅଛନ୍ତି । ଏହାକୁ ଦେଖିବା ପାଇଁ ପୁରୀରେ ପ୍ରବଳ ଭିଡ । ଦମ୍ ଦେଖାଉଛି ଯୁଦ୍ଧ ହେଲିକପ୍ଟର । ଆକାଶରେ ପଇଁତରା ମାରୁଛି ଯୁଦ୍ଧ ବିମାନ,ସାରା ବିଶ୍ୱ ଦେଖୁଛି ଭାରତର ଦମ୍ ।