Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଲେ ନବୀନ

Sanchar Live by Sanchar Live
April 9, 2025
in ଓଡିଶା
0
ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଲେ ନବୀନ
0
SHARES
13
VIEWS
FacebookTwitter

ଏଇ କିଛି ଦିନ ଧରି ବିଜେଡିରେ ଚାଲିଥିବା ଘନ ଘନ ମେଳି …ବରିଷ୍ଠ , ଯୁବ ନେତାଙ୍କ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ ମୁହଁ ଖୋଲିଛନ୍ତି ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକ । ବାରମ୍ବାର ନେତା, କର୍ମୀ ବିଜେଡିର ପରାଜୟ…ଓ ବିଜେଡି ମଧ୍ୟରେ ସୃଷ୍ଟି ହେଉଥିବା ଅନ୍ତଃକନ୍ଦଳ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରୁଥିବାବେଳେ ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ନବୀନ ପଟ୍ଟନାୟକ । ଆଉ କହିଛନ୍ତି ପାଣ୍ଡିଆନ୍ 10 ମାସ ହେଲା ରାଜନୀତିରୁ ସନ୍ୟାସ ନେଇଛନ୍ତି । ସେ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି । ତାଙ୍କୁ ଦାୟୀ କରିବା ନିରାଧାର । ପ୍ରଭାତ ତ୍ରିପାଠୀ ଆମ ଦଳରେ ନାହାନ୍ତି । ସେ 10 ମାସ ତଳେ ପାର୍ଟି ଛାଡିଛନ୍ତି ।

ହୋଟେଲ୍‌ରେ ନେତା କରୁଥିବା ବୈଠକକୁ ନାପସନ୍ଦ କଲେ ନବୀନ । ପାର୍ଟି ଅଫିସ୍‌ ‘ଶଙ୍ଖ ଭବନ’ରେ ବୈଠକ ପାଇଁ ପରାମର୍ଶ ଦେଲେ । ବହୁତ ବଡ଼ ବିଲ୍ଡିଂ ରହିଛି, ସେଠାରେ ବୈଠକ କରିପାରିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ଏହି ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇପଡିଛି ।

ତେବେ ପୂର୍ବରୁ ମଧ୍ୟ ଏହି ସମାନ ଘଟଣା ଦେଖିବାକୁ ମିଳିଥିଲା । ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଉଥିବାବେଳେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିଲେ ନବୀନ ପଟ୍ଟନାୟକ । ମିଷ୍ଟର ପାଣ୍ଡିଆନ ରାଜ୍ୟ ଓ ଦଳର ସେବା କରିଛନ୍ତି, ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି। ତାଙ୍କର ଏହି ଦକ୍ଷତା ଓ ନିଷ୍ଠା ପାଇଁ ସେ ଜଣା ବୋଲି କହିଥିଲେ ନବୀନ।

ୱାକଫ୍ ଘମାସାନ୍ ଭିତରେ ବିଜେଡିରେ ଗୃହ ଯୁଦ୍ଧ ଚାଲିଛି । ପାଣ୍ଡିଆନଙ୍କୁ ନେଇ ଦୁଇ ଭାଗରେ ବିଭକ୍ତ ହୋଇଛି ବିଜେଡି । ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ଚାଲିଛି ଜୋରଦାର ଲଢେଇ । ରାଜ୍ୟସଭା ଘଟଣାରେ ଜବାବ ମାଗି ୫ ଦିନ ହେବ ମେଳି ବାନ୍ଧି ଶକ୍ତି ପ୍ରଦର୍ଶନ କରୁଥିବା ଆଣ୍ଟି ପାଣ୍ଡିଆନ ଗୋଷ୍ଠୀଙ୍କୁ ସମାନ ଶୈଳିରେ ଆଜି କାଉଣ୍ଟର କରିଛନ୍ତି ପ୍ରୋ-ପାଣ୍ଡିଆନ ନେତା । ପ୍ରଥମେ ପଟିଆ ସ୍ଥିତ ଏକ ହୋଟେଲରେ ଆଜି ଏକାଠି ହୋଇଥିଲେ ପାଣ୍ଡିଆନ ବିପକ୍ଷବାଦୀ କୁହାଯାଉଥିବା ଦଳର କିଛି ହେଭିୱେଟ ନେତା ।

Tags: naveenpatnaikodisha politicsvk pandian
ShareTweetShareSend
Sanchar Live

Sanchar Live

Next Post
ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବ ଏଚ୍‌ସିଏଲ୍ : ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.