Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଏୟାରବେସରେ ପ୍ରଧାନମନ୍ତ୍ରୀ, ଯବାନଙ୍କ ସହ ହେଲେ କଥାବାର୍ତ୍ତା

Sanchar Live by Sanchar Live
May 13, 2025
in ଭାରତ
0
0
SHARES
9
VIEWS
Facebook
Twitter

ସଂଚାର ବ୍ୟୁରୋ: ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପଞ୍ଜାବସ୍ଥିତ ଆଦମପୁର ବାୟୁସେନା ଏୟାରବେସରେ ପହଁଚିଛନ୍ତି । ପ୍ରଧାନମନ୍ତ୍ରୀ ଯବାନଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ବିତାଇବା ସହିତ ମନୋବଳ ବଢ଼ାଇଛନ୍ତି ।

ଅପରେସନ ସିନ୍ଦୂର ପରେ ଦେଶବାସୀଙ୍କୁ ସମ୍ବୋଧନ କରିବା ପରେ ଆଜି ପ୍ରଥମ ଥର ପାଇଁ ଆଦମପୁର ଏୟାରବେସ୍ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଯବାନଙ୍କ ସହିତ ସମୟ ବିତାଇବା ସହିତ ଫଟୋ ଉଠାଇଛନ୍ତି ।

Related posts

ବିବାଦୀୟ ମନ୍ତବ୍ୟ ପାଇଁ ବଢିଲା ବାଗେଶ୍ୱର ଧାମର ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଚିନ୍ତା

ବିବାଦୀୟ ମନ୍ତବ୍ୟ ପାଇଁ ବଢିଲା ବାଗେଶ୍ୱର ଧାମର ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଚିନ୍ତା

November 6, 2026
‘ପ୍ରଳୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ

‘ପ୍ରଳୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ

November 6, 2026

ଅପରେସନ୍ ସିନ୍ଦୂରବେଳେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ଦାବି କରିଥିଲା ଯେ ଆଦମପୁର ଏୟାରବେସକୁ ତାର ମିସାଇଲ ଦ୍ୱାରା କ୍ଷତିଗ୍ରସ୍ତ କରିଛି । ଯାହାକି ଏକ ମିଥ୍ୟା ଅପପ୍ରଚାର ଥିଲା । ପାକିସ୍ତାନ କହିଥିଲା ଯେ ମେ ୯-୧୦ ତାରିଖ ରାତିରେ ଯେଏଫ୍-୧୭ (JF-17)ଫାଇଟର୍ ଜେଟ୍ ଦ୍ୱାରା ଦ୍ରୁତଗାମୀ ମିସାଇଲ୍ ରେ ଆଦମପୁରରେ ବାୟୁ ପ୍ରତିରକ୍ଷା ସିଷ୍ଟମ୍ ଏସ୍-୪୦୦କୁ କ୍ଷତି ଗ୍ରସ୍ତର କରିଛି । କିନ୍ତୁ ସେପରି କିଛି ଘଟି ନ ଥିଲା । ଭାରତ ପ୍ରତିରକ୍ଷା ସିଷ୍ଟମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ମୋଦୀ ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନାକୁ ଭୂରି ପ୍ରଶଂସା କରିଥିଲେ । ମା ଓ ଭଉଣୀଙ୍କ ସିନ୍ଦୂର ଉଜାଡ଼ିଲେ ତାର ପ୍ରତିଶୋଧ ନିଆଯିବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପାକିସ୍ତାନ ସହିତ କେବଳ ଆତଙ୍କବାଦ ଏବଂ ପିଓକେ ପ୍ରସଙ୍ଗରେ ଆଲୋଚନା ହେବ । ସେ କହିଛନ୍ତି ଯେ ଯଦି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାର ଉଚିତ ଜବାବ ଦିଆଯିବ। ଭାରତ କୌଣସି ପ୍ରକାରର ପରମାଣୁ ବ୍ଲାକମେଲ୍ ସହ୍ୟ କରିବ ନାହିଁ। ଭାରତ ପରମାଣୁ ଶକ୍ତିର ଆବରଣ ତଳେ ବଢ଼ୁଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଏକ ସଠିକ୍ ଏବଂ ନିର୍ଣ୍ଣାୟକ ଆକ୍ରମଣ କରିବାକୁ ସକ୍ଷମ। ଆମେ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ସରକାର ଏବଂ ଆତଙ୍କବାଦର ନେତୃତ୍ଵକୁ ଦୃଢ ହସ୍ତରେ ଦମନ କରିବୁ।

 

Tags: indian armynarendra modi

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.