ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପୋଲିସକୁ ମିଳିଛି ସଫଳତା l ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ମାଓବାଦୀ। ଏଡିଜି ବିବେକାନନ୍ଦ ସିହ୍ନା, ଆଇଜି ଅମରେଶ ମିଶ୍ର ଏବଂ CRPF ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଏସଡିକେ ଏରିଆ କମିଟିର ଡେପୁଟି କମାଣ୍ଡର ଦିଲୀପ ଓରଫ ସାନ୍ତୁ ଓ ଦୁଇଜଣ ମହିଳା ନକ୍ସଲ ମଞ୍ଜୁଳା ଓରଫ ଲକ୍ଷ୍ମୀ ଏବଂ ସୁନିତା ଓରଫ ଜୁମକି । ଏହି ତିନିଜଣଙ୍କ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।