ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀ ଯୁଗଳ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସିନୁଆଗୁଡ଼ା ଗାଁ ନିକଟ କାଜୁ ବଗିଚାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ ହୋଇଛି । ପ୍ରେମିକ ଜଣକ ସିନୁଆଗୁଡ଼ା ଗାଁର ଭଗବାନ ଗୌଡ଼ ହୋଇଥିବା ବେଳେ ପ୍ରେମିକା ଜଣକ ନିକଟସ୍ଥ ଭାଲିଆଗୁଡା ଗାଁର ସବିତା ଭତ୍ରା। ଉଭୟ ଅଲଗା ଅଲଗା ଜାତିର ହୋଇଥିବାରୁ ସେମାନଙ୍କ ପ୍ରେମକୁ ସ୍ବୀକୃତି ମିଳିନଥିଲା । ଫଳରେ ସେମାନେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ଦୁଇ ଜଣଙ୍କ ପରିବାର ପକ୍ଷରୁ ଝରିଗାଁ ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇକୁ ଜବତ କରି ତଦନ୍ତ ଜାରି ରଖିଛି ।