ସଂଚାର ବ୍ୟୁରୋ : ହନୁମାନ ଟଙ୍କାକୁ ନେଇ ଅପହରଣ ପରେ ହତ୍ୟା ସନ୍ଦେହ।ମିଳିଲା ୭ ଦିନ ପୂର୍ବରୁ ଅପହରଣ ହୋଇଥିବା ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗାଁ ର ଗଦାଧରଙ୍କ ମୃତ ଶରୀର। ହାତ ଗୋଡ଼ ଵନ୍ଧା ହୋଇ ପିନ୍ଧିଥିବା ସାର୍ଟକୁ ଚିନ୍ହି ପାରିଲେ ଗଦାଧରଙ୍କ ପରିବାର। ଡେଲାଙ୍ଗ ନିଜ ଗାଁ କୁଆପଦା ଠାରୁ ୧୫ କିଲୋମିଟର ଦୁରରେ ପରିତ୍ୟକ୍ତ ଖଣି ଭିତରୁ ମିଳିଥିଲା ଗାଡି, ଚପଲ, ବ୍ୟାଗ, ହେଲେମେଣ୍ଟ। ପରିବାର ତରଫରୁ ଖୋର୍ଦ୍ଧା ଶିଳ୍ପାଞ୍ଚକ ଥାନାରେ ଦିଆଯାଇଥିଲା ଅଭିଯୋଗ।କଣାସ ବ୍ଲକ ଦୋଛିଆଁ ଗାଁ ନିକଟ ଗୋଲେଇ ଛକ ନିକଟ ମକରା ନଦୀ କୂଳରେ ହାତ ଗୋଡ଼ ବନ୍ଧା ହୋଇ ଅଖା ଭିତରେ ପଶିଥିବା ଅବସ୍ଥାରେ ମୃତ ଦେହକୁ ଠାବ କଲା ଗଡିସାଗୋଦା ପୋଲିସ।