ସଂଚାର ବ୍ୟୁରୋ: ସତ୍ୟବାଦୀ ଢାବାରେ ମଟନରେ ଗୋମାଂସ ମିଶ୍ରଣ ନେଇ ଭାଇରାଲ ଘଟଣା । ଜୟା ଢାବାରେ ଖାଇଥିବାରୁ ପ୍ରାୟଶ୍ଚିତ କଲେ ଦୁଇଜଣ ବ୍ୟକ୍ତ । ମୁକ୍ତି ମଣ୍ଡପ ବ୍ରାହ୍ମଣ ପରାମର୍ଶ କ୍ରମେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମୁଣ୍ଡନ ପରେ ପୁଷ୍କରିଣୀରେ ସ୍ନାନ କରି ଗୋବର ପାଣି ପିଇ ନିଜ ପାପରୁ ମୁକ୍ତି ନେଇ ପାର୍ଥନା କରିଛନ୍ତି । ସେପଟେ ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ସତ୍ୟବାଦୀର ଜୟା ହୋଟେଲକୁ ସିଲ କରାଯିବା ସହ ହୋଟେଲର ମଟନ ନମୁନା ଭୁବନେଶ୍ବର ଓୟୁଏଟି ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି । ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷକୁ ନଜର କରି ୧୬୩ ଧାରା ଜାରି କରାଯାଇଛି l ସାଂପ୍ରତିକ ପରିସ୍ଥିତିକୁ ଆଖିଆଗରେ ରଖି ସତ୍ୟବାଦୀ ଜୟା ହୋଟେଲ ପରିସର ୧କିମି ପରିଧି ଭିତରେ ୧୬୩ଧାରା ଲାଗୁ କରାଯାଇଛି । ସମ୍ବେଦନଶୀଳ ପ୍ରସଙ୍ଗ ହେତୁ ଏହା ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ ସତ୍ୟବାଦୀ ଓ ପୁରୀରେ ମଧ୍ୟ ଅଭିଯୋଗକୁ ଆଧାରକୁ ନେଇ ଜଣେ ବିକ୍ରେତା ଠାରୁ ମଧ୍ୟ ମଟନ ସାମ୍ପଲ ଯାଇଛି । ଯେଉଁ ଲୋକକୁ ମାଡ ମରାଯାଇଥିଲା ସେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅଵସ୍ଥା ଭଲ ଅଛି ଏବଂ ପୋଲିସ ତଦନ୍ତ ଅନୁସାରେ ପଦକ୍ଷେପ ନେବ ବୋଲି କହିଛନ୍ତି ପୁରୀ ଏସ୍ ପି ।