ସଂଚାର ବ୍ୟୁରୋ: ଓଡ଼ିଶାକୁ ଏଥର ମିଳିବ ୬ଟି ରେଳ ପ୍ରକଳ୍ପ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିବା ପରେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ କହିଛନ୍ତି-ପ୍ରକଳ୍ପ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ହେବା ପାଇ ଦେଲେ ପ୍ରତିଶ୍ରୁତି।ଜମି ଅଧିଗ୍ରହଣ ତ୍ୱରିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।ପୂର୍ବ ଦୋୟ ବିକାଶ ଦିଗରେ ଓଡ଼ିଶାକୁ ପ୍ରାଥମିକତା ରେଳ ମନ୍ତ୍ରାଳୟରେ ବାସ୍ତବତା ରୂପ ନେଇଛି।ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କରିଡ଼ର ବିକାଶ ପାଇଁ ୬ଟି ନୂଆ ଲାଇନ୍ ରେ ମୋଟ ୫୯୧ କିମି ବିଛାଯିବ। ଏଥି ନିମନ୍ତେ ୧୫ହଜାର କୋଟି ଅନୁମୋଦିତ ହୋଇଛି।୨୦୩୦ ସୁଦ୍ଧା ସବୁ ପ୍ରକଳ୍ପ ଶେଷ ପାଇଁ ଲକ୍ଷ ରହିଛି।ଭିଡ଼ିଓ କନ୍ଫେସିଂ ଜରିଆରେ ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ସାଂସଦ ଉପସ୍ଥିତ ରହିଥିଲେ। ଏହି ଅବସରରେ ରାୟଗଡାର ସ୍ଵତନ୍ତ୍ର ଡିଭିଜନ ନିମନ୍ତେ ଦାବି ଜଣାଇଥିଲେ।