Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଆଜି ତାମିଲନାଡୁ ସହ ଆନ୍ଧ୍ରପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ

Sanchar Live by Sanchar Live
November 19, 2025
in ଭାରତ
0
0
SHARES
18
VIEWS
Facebook
Twitter

ସଂଚାର ବ୍ୟୁରୋ: ଆଜି ତାମିଲନାଡୁ ସହ ଆନ୍ଧ୍ରପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ । ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକି ସମାରୋହରେ ହେବେ ସାମିଲ । ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ପବିତ୍ର ତୀର୍ଥସ୍ଥଳ ଏବଂ ମହାସମାଧିକୁ ଯାଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ ।

ଏହି ଅବସରରେ ସତ୍ୟସାଇ ବାବାଙ୍କ ଜୀବନ, ଶିକ୍ଷା ଏବଂ ତାଙ୍କ ଚିରନ୍ତନ ଐତିହ୍ୟ ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ସିରିଜ ଜାରି କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଜନସାଧରଣଙ୍କୁ ସମ୍ବୋଧିତ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତ କରିବେ । ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନ ୨୦୨୫କୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନସଭାକୁ ସମ୍ବୋଧିତ କରିବେ ।

Related posts

ବିବାଦୀୟ ମନ୍ତବ୍ୟ ପାଇଁ ବଢିଲା ବାଗେଶ୍ୱର ଧାମର ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଚିନ୍ତା

ବିବାଦୀୟ ମନ୍ତବ୍ୟ ପାଇଁ ବଢିଲା ବାଗେଶ୍ୱର ଧାମର ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଚିନ୍ତା

November 6, 2026
‘ପ୍ରଳୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ

‘ପ୍ରଳୟ’ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ

November 6, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଗସ୍ତରେ ଯିବେ । ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ଶ୍ରୀ ମୋଦୀ ପୁଟପର୍ତ୍ତୀସ୍ଥିତ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧି ପରିଦର୍ଶନ କରି ପୁଷ୍ପାର୍ଘ୍ୟ ପ୍ରଦାନ କରିବେ । ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ଜୀବନାଦର୍ଶ, ଶିକ୍ଷାକୁ ସ୍ମରଣସ୍ୱରୂପ ଏହି ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବ । ସେଠାରେ ଶ୍ରୀ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି । ପରେ ପ୍ରଧାନମନ୍ତ୍ରୀ ତାମିଲନାଡୁର କୋଏମ୍ବାଟୁର ଗସ୍ତ କରି ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀକୁ ଉଦ୍‍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ “୨୧ତମ ପିଏମ୍‍ କିଷାନ” ଯୋଜନାର କିସ୍ତି ପ୍ରଦାନ କରିବେ । ଏଥିରେ ୯ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ।

ପ୍ରଧାନମନ୍ତ୍ରୀ ସେଠାରେ ମଧ୍ୟ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି । ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ତାମିଲନାଡୁ ପ୍ରାକୃତିକ କୃଷି ଫୋରମ୍‍ପକ୍ଷରୁ ସମାବେଶୀ କୃଷିର ବିକାଶ ନିମନ୍ତେ ବିଭିନ୍ନ ଉପାୟକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜନ କରାଯାଇଛି । ଯେଉଁଥିରେ ପରିବେଶ ଅନୁକୂଳ, ରସାୟନମୁକ୍ତ କୃଷି ପ୍ରଣାଳୀ ଉପରେ ଆଲୋଚନା କରାଯିବ । ଏହି ୩ ଦିନିଆ ସମ୍ମିଳନୀରେ କୃଷକମାନେ ଯେଭଳି ଅର୍ଥନୈତିକ ଭାବରେ ଲାଭ ଦେଇଥିବା ପ୍ରାକୃତିକ କୃଷି ପ୍ରତି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିବେ ଓ ଦେଶର ଅର୍ଥନୀତିରେ ଯୋଗଦାନ କରିବେ, ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ହେବ ବୋଲି ।

Tags: andhrapradeshnarendra modi

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.