ସଂଚାର ବ୍ୟୁରୋ: ଆଜି ତାମିଲନାଡୁ ସହ ଆନ୍ଧ୍ରପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ । ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକି ସମାରୋହରେ ହେବେ ସାମିଲ । ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ପବିତ୍ର ତୀର୍ଥସ୍ଥଳ ଏବଂ ମହାସମାଧିକୁ ଯାଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ ।
ଏହି ଅବସରରେ ସତ୍ୟସାଇ ବାବାଙ୍କ ଜୀବନ, ଶିକ୍ଷା ଏବଂ ତାଙ୍କ ଚିରନ୍ତନ ଐତିହ୍ୟ ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ସିରିଜ ଜାରି କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଜନସାଧରଣଙ୍କୁ ସମ୍ବୋଧିତ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତ କରିବେ । ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନ ୨୦୨୫କୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନସଭାକୁ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଗସ୍ତରେ ଯିବେ । ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ଶ୍ରୀ ମୋଦୀ ପୁଟପର୍ତ୍ତୀସ୍ଥିତ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧି ପରିଦର୍ଶନ କରି ପୁଷ୍ପାର୍ଘ୍ୟ ପ୍ରଦାନ କରିବେ । ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।
ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ଜୀବନାଦର୍ଶ, ଶିକ୍ଷାକୁ ସ୍ମରଣସ୍ୱରୂପ ଏହି ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବ । ସେଠାରେ ଶ୍ରୀ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି । ପରେ ପ୍ରଧାନମନ୍ତ୍ରୀ ତାମିଲନାଡୁର କୋଏମ୍ବାଟୁର ଗସ୍ତ କରି ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀକୁ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ “୨୧ତମ ପିଏମ୍ କିଷାନ” ଯୋଜନାର କିସ୍ତି ପ୍ରଦାନ କରିବେ । ଏଥିରେ ୯ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ।
ପ୍ରଧାନମନ୍ତ୍ରୀ ସେଠାରେ ମଧ୍ୟ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି । ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ତାମିଲନାଡୁ ପ୍ରାକୃତିକ କୃଷି ଫୋରମ୍ପକ୍ଷରୁ ସମାବେଶୀ କୃଷିର ବିକାଶ ନିମନ୍ତେ ବିଭିନ୍ନ ଉପାୟକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜନ କରାଯାଇଛି । ଯେଉଁଥିରେ ପରିବେଶ ଅନୁକୂଳ, ରସାୟନମୁକ୍ତ କୃଷି ପ୍ରଣାଳୀ ଉପରେ ଆଲୋଚନା କରାଯିବ । ଏହି ୩ ଦିନିଆ ସମ୍ମିଳନୀରେ କୃଷକମାନେ ଯେଭଳି ଅର୍ଥନୈତିକ ଭାବରେ ଲାଭ ଦେଇଥିବା ପ୍ରାକୃତିକ କୃଷି ପ୍ରତି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିବେ ଓ ଦେଶର ଅର୍ଥନୀତିରେ ଯୋଗଦାନ କରିବେ, ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ହେବ ବୋଲି ।

