ସଂଚାର ବ୍ୟୁରୋ: ରାଉରକେଲା NIT ହେଲଥ ସେଣ୍ଟର ମେଡିକାଲ ଅଫିସରଙ୍କ ଆତ୍ମହତ୍ୟା । ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ୨୭ ବର୍ଷୀୟ ଡକ୍ଟର ସନ୍ତୋଷ ହୁଗର । ସେକ୍ଟର ୩ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୁଇସାଇଡାଲ ନୋଟ ପୋଲିସ ଜଵତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରେମରେ ଵିଵାଦ କାରଣରୁ ଆତ୍ମହତ୍ୟା କରିଥିବା ସୁଇସାଇଡାଲ ନୋଟରେ ଉଲ୍ଲେଖ ରହିଥିବା ସୂଚନା ମିଳିଥିଲେ ମଧ୍ୟ ଏହି ଘଟଣାର କେତେ ସତ୍ୟତା ରହିଛି ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଇସ୍ପାତ ଜେନେରାଲ ହସପିଟାଲର ମର୍ଗ ହାଉସରେ ମୃତଦେହ ରଖାଯାଇଛି । ଆସନ୍ତାକାଲି ମୃତ ଡାକ୍ତରଙ୍କ ପରିବାର ଲୋକେ ରାଉରକେଲା ଆସିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ । ମୃତ ଡାକ୍ତର କର୍ଣ୍ଣାଟକର ହୋଇଥିବା ବେଳେ ୨୫ ସେପ୍ଟେମ୍ବର ୨୦୨୩ ଠାରୁ ଏନଆଇଟିରେ କାର୍ଯ୍ୟ କରୁଥିଲେ ।