ବିଦେଶକୁ ଆମ୍ବ ଯୋଗାଇବ ଓଡିଶା । ଏନେଇ ଆଜି ଲୋକସେବା ଭବନରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ରପ୍ତାନୀ ନେଇ ୧୫ ବର୍ଷ ପାଇଁ ହୋଇଛି ହୋଇଛି ଏମଓୟୁ । ରାଜ୍ୟ ସରକାରଙ୍କ ସହିତ କୁଇନ ପାତ୍ର ଓ ପ୍ରଧାନ NGO ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଢେଙ୍କାନାଳର ଆମ୍ବର ଚାହିଦା ବିଦେଶରେ ରହିଛି । ତେଣୁ ଏହାର ରପ୍ତାନୀ କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ମିଶନ ଶକ୍ତି ମାଧ୍ୟମରେ ବିଦେଶକୁ ସାମଗ୍ରୀ ରପ୍ତାନୀ ନେଇ ହୋଇଛି ଦ୍ବିତୀୟ ଚୁକ୍ତି । ଲୋକସେବା ଭବନରେ ଦୁଇ ଉପ ମୁଖ୍ୟମନ୍ତ୍ରୀ, ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି ।