ସଂଚାର ବ୍ୟୁରୋ: ମହାରାଷ୍ଟ୍ରର ଶିବସେନା ବିଧାୟକଙ୍କ ଦବଙ୍ଗଗିରି। ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକ ସଂଜୟ ଗାଏକୱାଡ଼ ଜଣେ କ୍ୟାଣ୍ଟିନ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ଏହାର ଭିଜୁଆଲ ଭାଇରାଲ ହେବା ପରେ ଅଡୁଆରେ ପଡ଼ିଛନ୍ତି ଫଡନଭିସ ସରକାର। ଏହି ଘଟଣା ଘଟିଛି ମୁମ୍ଵାଇର ଆକାଶବାଣୀ ବିଧାୟକ ହଷ୍ଟେଲରେ। ଖରାପ ଖାଦ୍ୟ ଦିଆଯାଇଥିବା କହି ବିଧାୟକ ସଂଜୟ ଗାଏକୱାଡ୍ କ୍ୟାଣ୍ଟିନ ଅପରେଟରଙ୍କୁ ଗାଳି କରିବା ସହିତ ମୁଥ ମାରିଥିଲେ। ଏହି ଘଟଣା ମଙ୍ଗଳବାର ରାତିରେ ଏହି ଘଟଣା ହୋଇଥିଲା।
ଭିଡିଓଟି ଭାଇରାଲ ହେବା ପରେ ବିରୋଧୀମାନେ କଡ଼ା ସମାଲୋଚନା କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଛନ୍ତି, ବିଧାୟକଙ୍କ ଏପରି ଆଚରଣ ଆଦୌ ଠିକ୍ ନୁହେଁ। ବିଧାୟକଙ୍କ ବିରୋଧରେ ଆକ୍ସନ ପାଇଁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ଏତେ ସତ୍ତ୍ଵେ ବିଧାୟକ ଜଣକ କହିଛନ୍ତି, ଯାହା କରିଛି ଠିକ୍ କରିଛି। ବାରମ୍ଵାର ନିମ୍ନ ମାନର ଖାଦ୍ୟ ଦିଆଯାଉଥିଲା। ଅନେକ ଥର ଅଭିଯୋଗ ପରେ ବି ନ ସୁଧୁରିବାରୁ ସେ ନିଜେ ଶିକ୍ଷା ଦେଇଥିଲେ। ଶିବସେନାର ପ୍ରତିଷ୍ଠାତା ବାଲ୍ ଠାକରେ ଆମେକୁ ଏହା ଶିଖାଇଥିବା ସେ କହିଛନ୍ତି। …