Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତିମୟ ପରିବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ

Sanchar Live by Sanchar Live
June 11, 2025
in ଓଡିଶା
0
ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତିମୟ ପରିବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସମସ୍ତେ ଚଳଚଞ୍ଚଳ । ଭକ୍ତିମୟ ପରିବେଶ ଭିତରେ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଜଗତର ନାଥ ଜଗନ୍ନାଥ ଧୀରେ ଧୀରେ ସ୍ନାନବେଦି ଆଡକୁ ମାଡିଆସୁଛନ୍ତି । ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ କଲେଣି ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର । ତାଙ୍କ ପୂର୍ବରୁ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ବଡ଼ଭାଇଙ୍କ ପରେ ଆସି ବିଜେ କରିସାରିଛନ୍ତି ମା’ ସୁଭଦ୍ରା । ଏବେ ପହଣ୍ଡି କରି ଆସୁଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ ଶ୍ରୀ ଜଗନ୍ନାଥ ।  ପ୍ରଚଣ୍ଡ ଗରମ , ଗୁଳୁଗୁଳି ଭିତରେ ଆଜି ପ୍ରାଣପ୍ରିୟ ଠାକୁର ଗାଧୋଇବେ । ଦେହକୁ ଶୀତଳ କରିବେ । ଏଥିପାଇଁ ସମସ୍ତେ ଚଳଚଞ୍ଚଳ । ସଂସାର କଥା ଭାବିବାକୁ କାହାରି ପାଖରେ ତର ନାହିଁ ।

ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । କାହା କଥା କିଏ ଶୁଣୁଛି ,କାହା କଥା କିଏ ଭାବୁଛି । ସମସ୍ତଙ୍କ ମନ, ଆଖି ସେଇ ଠାକୁରଙ୍କ ଉପରେ । ବଡଦାଣ୍ଡରେ ଥାଟ୍ଟ ମାରି ରୁଣ୍ଡ ହୋଇଛନ୍ତି ଭକ୍ତ । ସମସ୍ତଙ୍କ ମନରେ ଗୋଟିଏ ଚେତନା; ଶ୍ରୀଜଗନ୍ନାଥ ଚେତନା, ବିଭୂ ଚେତନା । ଆଜି ମସସ୍ତେ ଏକାକାର ନିଜ ପ୍ରିୟ ମହାପ୍ରଭୁଙ୍କ ଭାବନାରେ । ସେ ଜଗତର ନାଥ ଜଗନ୍ନାଥଙ୍କ ଗାଧୁଆ ଆଜି ସମସ୍ତେ ଦେଖିବେ । ତା ଲୀଳା ତ ଦୁନିଆ ଦେଖେ ସବୁ ଜାଣିଥାଏ କିନ୍ତୁ କିଛି ନଜାଣିବା ପରି ଅଭିନୟ ମଧ୍ୟ କରିବା ତାକୁ ବେଶ ଭଲ ଭାବେ ଜଣା । ସେଥିପାଇଁ ତ ସେ ଭକ୍ତର ଅଭିମାନ ବୁଝେ ଭାବ ବୁଝେ କିନ୍ତୁ କେବେ ସେ ଅହଙ୍କାର ସହେନାହିଁ  ।

ତା ଦୁଆରେ ଆଜି ଧନୀ ଗରିବ ସମସ୍ତେ ସମାନ ,ଆଜି ତା ପାଖରେ ନା ଅଛି କୌଣସି ଜାତିର ବିଚାର ନା ଧର୍ମର ବିଚାର ସମସ୍ତେ ଆଜି ତା ପାଇଁ ସମାନ । ରତ୍ନବେଦିରୁ ସେ ଆସି  ସ୍ନାନବେଦିରେ ସମସ୍ତେ ଦେଖିବେ ତା ଗାଧୁଆକୁ ବର୍ଷକ ଥରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ । ସୁନା କୂଅରୁ ମହାପ୍ରଭୁଙ୍କ ପାଇଁ ଯାଉଛି ଜଳ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହୋଇଅଛି । ହାତୀ ପରି ଢଳି ଢଳି ଆସୁଥିଲା କାଳିଆ ।  ତୋ ଦରଶନରେ ଆଜି ସବୁକିଛି ମିଳିଯିବ  , ଆଜି ଆଉ କିଛି ଭାବିବାର ନାହିଁ । ଆଜି ତ କେବଳ ଗୋଟିଏ ଭାବନା, ମହାପ୍ରଭୁଙ୍କୁ ପାଖରେ ପାଇ ଆଉ କି ଚିନ୍ତା ମୁଣ୍ଡରେ ଅଛି ଯେ? ସେଥିପାଇଁ ତ ତା ପାଖକୁ ଭିଡ଼ି ହୋଇ ଆସିଛନ୍ତି ଭକ୍ତ । ଗୋଟିଏ ସମ୍ବତ୍ସର ପରେ ପୁଣି ଏ ଭାଗ୍ୟରେ ତୁମକୁ ଏପରି ଭାବରେ ଦେଖିବାକୁ ଭାଗ୍ୟ ଦେଇଛ ।

ମୋ ନୟନ ପଥରେ ଆରୂଢ଼ ହୋଇ ତୁମ ଭାବାବେଗରେ ମୋତେ ଆବିଷ୍ଟ କରିଛ ପ୍ରଭୁ !  ଏ ରୂପକୁ ଦେଖିବାକୁ ଯେଉଁ ବାଞ୍ଛା କରିଥିଲି ସେ ବାଞ୍ଛାକୁ ଆଜି ପରିପୂର୍ଣ୍ଣ କରିଛ ମହାପ୍ରଭୁ !  ତୁମ ଚକା ଆଖିକୁ ଦେଖିବା ପରେ, ତୁମ ଦୁଇ ଚନ୍ଦ୍ର, ସୂର୍ଯ୍ୟ ନୟନକୁ ଦେଖିବା ପରେ ମୁଁ ଏ ଜଞ୍ଜାଳ କଥା ଭୁଲିଯାଉଛି । ମହାପ୍ରଭୁଙ୍କ ଦେଖିବା ପରେ ଆଜି ଭକ୍ତର ହୃଦୟ ବିଗଳିତ ହେଉଛି । ଆଖିରୁ ଝରୁଛି ଧାର ଧାର ଅଶ୍ରୁ । ସେ ଅଶ୍ରୁ ଆଜି ସୁବାସିତ ଜଳ ପୂର୍ବରୁ ଧୋଇ ଦେଉଛି ମହାପ୍ରଭୁଙ୍କ ଶ୍ରୀପାଦପଦ୍ମକୁ ଯେପରି । ଯେଉଁ ଚିତ୍ତ ସଂସାର ଦୁଃଖ ସୁଖ ଭିତରେ ଘାଣ୍ଟି ହୋଇ ଅସ୍ଥିର ହୋଇପଡୁଥିଲା ଆଜି ସେ ଚିତ୍ତ ତୁମକୁ ଦେଖିଲା ପରେ ଭିନ୍ନ ଏକ ଭାବରେ ଅସ୍ଥିର ହୋଇଉଠୁଛି, ବ୍ୟାକୁଳ ହୋଇଉଠୁଛି । ଏ ଅସ୍ଥିରତା, ବ୍ୟାକୁଳ ଭାବ ପୂର୍ଣ୍ଣତା ଆଡ଼କୁ । ଏ ହେଉଛି ଚିର ଇସ୍ପିତ ଦିଅଁଙ୍କ ପାଖରେ ଭକ୍ତର ଆତ୍ମ ନିବେଦନ, ଭାବନା, ପ୍ରାର୍ଥନା  ।

ଏଥିସହ ଆଜି ବିଭିନ୍ନ ଉପଚାର ବିଧି  ସ୍ନାନବେଦିରେ କରାଯିବ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।

Tags: purisnap Purnima
ShareTweetShareSend
Sanchar Live

Sanchar Live

Next Post
କେଉଁଠି ଅଛି ସୁନାକୂଅ, ଯେଉଁଠୁ ଆସିବ ୧୦୮ ଗରା ସୁବାଷିତ ଜଳ

କେଉଁଠି ଅଛି ସୁନାକୂଅ, ଯେଉଁଠୁ ଆସିବ ୧୦୮ ଗରା ସୁବାଷିତ ଜଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.