ଅଦିନିଆ ବର୍ଷାରେ ଭିଜିଲା ଧାନ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳରେ ଥିବା ବିଭିନ୍ନ ଧାନମଣ୍ଡିରେ ଭିଜୁଛି ଧାନ। ଧାନ ଉଠିବା ବିଳମ୍ବ ହେଉଥିବାରୁ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର କ୍ବିଣ୍ଟାଲ ଧାନ। ବର୍ଷା ସରିବା ପରେ କିଏ ହାତରେ କୋଦାଳ ଧରି ପାଣି ନିଷ୍କାସନ କରୁଛି ତ ଆଉ କିଏ ପାଲରେ ଜମା ହୋଇ ରହିଥିବା ବର୍ଷା ପାଣିକୁ ହାତରେ ନିଷ୍କାସନ କରିବାରେ ଲାଗିପଡିଛନ୍ତି । । ଚାଷି ଟୋକନ ପାଇବା ପରେ ଦୀର୍ଘଦିନ ଦିନ ହେବ ମଣ୍ଡିରେ ଧାନ ଗଦାକରି ରଖିଛନ୍ତି ହେଲେ ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉଛି।। ମିଲର ଠିକଣା ଢଙ୍ଗରେ ଧାନ ଉଠାଉ ନଥିବା ଅଭିଯୋଗ କରିଛନ୍ତି ଚାଷି। ଅନ୍ୟପଟେ ମଣ୍ଡିରେ ପଡି ରହିଥିବା ହଜାର ହଜାର ବସ୍ତା ଧାନକୁ ତୁରନ୍ତ ଉଠାଇବାକୁ ଜିଲ୍ଲା ପ୍ରଶାସନ ନିକଟରେ ଚାଷି ଦାବି କରିଛନ୍ତି ।