ସଂଚାର ବ୍ୟୁରୋ: ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ । ବର୍ତ୍ତମାନ ଏହା ଗାଙ୍ଗେଟି ଓ୍ବେଷ୍ଟବେଙ୍ଗଲ ନିକଟରେ ସକ୍ରିୟ ରହିଛି । ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଉତ୍ତର ଓଡିଶା ଅତିକ୍ରମ କରିବ । ଆସନ୍ତା ୨୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହା ପ୍ରଭାବରେ ସାରା ରାଜ୍ୟରେ ନନଷ୍ଟପ୍ ବର୍ଷା ଜାରି ରହିବ । ଆଜି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବାବଳେ କାଲି ପ୍ରବଳ ବର୍ଷା ନେଇ ୬ ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ଼ ଏବଂ ସମ୍ବଲପୁରରେ ପ୍ରବଳ ବର୍ଷା ହେବ । ୨୮ରୁ ପୁଣି ବଢିବ ବର୍ଷାର ପରିମାଣ ବଢିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।