ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଅଶାନ୍ତ ରହିଛି ସମୁଦ୍ର । ତେଣୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ତେବେ ସତର୍କତା ସତ୍ତ୍ଵେ ନୂଆଗଡ ଜେଟି ନିକଟରୁ ଦୁଇଟି ବୋଟ ମାଛ ଧରିବାକୁ ଯାଇଥିଲେ । ଦେବୀ ମୁହାଣ ନିକଟରୁ ୩ କିଲୋମିଟର ଦୂରରେ ମାଛ ଧରୁଥିବା ବେଳେ ହଠାତ ୨ଟି ବୋଟ ଇଂଜିନ ଖରାପ ହେବାରୁ ମୁହାଣ ମଧ୍ୟରେ ଫସିରହିଛନ୍ତି । ୨ଟି ବୋଟରେ ପ୍ରାୟ ୧୪ ଜଣରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀ ଅଛନ୍ତି । କିନ୍ତୁ ସ୍ପିଡ ବୋଟ ନଥିବାରୁ ପାରାଦୀପ କୋଷ୍ଟ ଗାର୍ଡକୁ ସୂଚନା ଦିଆଯାଇଛି । ନୂଆଗଡ ସାମୁଦ୍ରିକ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସତ୍ତ୍ଵେ ଏହି ବୋଟ ଗୁଡ଼ିକ କିପରି ସମୁଦ୍ର ଭିତରକୁ ଦେଲେ ତାକୁ ନେଇ ଉଠିଛି ପ୍ରଶ୍ନ ।