ଭୁବନେଶ୍ଵର : ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ। ହାଣ୍ଡିଭାଙ୍ଗା ଯାତ୍ରାକୁ କେନ୍ଦ୍ର କରି ନୀତି ବନ୍ଦ ରହିଛି ସମସ୍ତ ନୀତିକାନ୍ତି। ଏପରିକି ପ୍ରତ୍ୟକ ଦିନ ହେଉଥିବା ବୀରକିଶୋର ବଲ୍ଲବ ଭୋଗ ମଧ୍ୟ ଆଜି ମହାପ୍ରଭୁଙ୍କ ପାଖରେ ଲାଗି ହୋଇପାରିନହିଁ ତେବେ ବାରମ୍ବାର ଏହିପରି ବିଭ୍ରାଟ ଦେଖିବାକୁ ମିଳୁଛି। ଖୁଣ୍ଟିଆ ମଲ୍ଲିଆ ବିବାଦ ନ ତୁଟିବାରୁ ହାଣ୍ଡିଭାଙ୍ଗା ଯାତ ବନ୍ଦ ରହିଛି। ଶିବରାତ୍ରି ଅମାବାସ୍ୟା ପରେ ପ୍ରଥମ ଶନିବାର ହାଣ୍ଡିଭଙ୍ଗା ଯାତ୍ରା ହୁଏ। କିନ୍ତୁ ଗତ ୧୧ ବର୍ଷ ହେଲା ହାଣ୍ଡିଭଙ୍ଗା ଜାତ ବନ୍ଦ ରହିଛି। ତେବେ ପ୍ରଶାସନିକ ଅବହେଳା ପାଇଁ ଏପରି ହେଉଥିବା ଅଭିଯୋଗ ହୋଇଛି। ତେବେ ଏହିପରି ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ବନ୍ଦ ହେବାରୁ ବାରମ୍ବାର କିଛି ନା କିଛି ଅଘଟଣ ମନ୍ଦିରରେ ଘଟୁଛି। ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।