ସଂଚାର ବ୍ୟୁରୋ: ମାଗଣା ଚିକେନ୍ ପକୋଡ଼ା ପାଇଁ ପୁରୀ ଛଇତନା ବଜାରରେ ଲମ୍ବା ଧାଡ଼ି । ୪ ଘଣ୍ଟାରେ ୨ କୁଇଣ୍ଟାଲ୍ କୁକୁଡ଼ା ମାଂସ ଶେଷ । ରାମଚଣ୍ଡୀ ଥାନା ଅଧୀନ ଛଇତନା ବଜାରରେ ବଣ୍ଟା ଯାଇଛି ମାଗଣା ଚିକେନ୍ ପକୋଡ଼ା । ଏଥିପାଇଁ ଲୋକଙ୍କ ଭିଡ଼ ଜମିଛି । ଶୁକ୍ରବାର ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ଏହି ଚିକେନ୍ ପକୋଡ଼ା ବଣ୍ଟା ଯାଇଛି ।
୪ ଘଣ୍ଟାରେ ପ୍ରାୟ ୨ କ୍ଵିଣ୍ଟାଲ୍ ଚିକେନ୍ରେ ପ୍ରସ୍ତୁତ ପକୋଡ଼ା ଖାଇଛନ୍ତି ଲୋକେ । କୁକୁଡ଼ା ଚିଆଁ ଓ ଦାନା ବିକ୍ରି କରୁଥିବା ଏକ ସଂସ୍ଥା ଏହି ମାଗଣା ଚିକେନ୍ ପକୋଡ଼ା ବାଣ୍ଟିଥିବା ଲୋକେ କହିଛନ୍ତି । ଛୋଟ ପିଲାଙ୍କଠାରୁ ବୟସ୍କବ୍ୟକ୍ତି ବି ଧାଡ଼ିରେ ରହି ଚିକେନ୍ ପକୋଡ଼ା ଖାଇବା ସହ ଘରକୁ ମଧ୍ଯ ନେଉଥିବା ଦେଖିବାକୁ ମିଳିଛି ।
କିନ୍ତୁ କେଉଁ କାରଣ ପାଇଁ ମାଗଣା ବଣ୍ଟନ ହେଉଛି ତାହା କେହି କହି ପାରିନାହାନ୍ତି । ଅନ୍ୟପଟେ ଜିଲ୍ଲାର ୪ଟି ବ୍ଲକ୍ରେ ବାର୍ଡ଼ ଫ୍ଲୁ ଆତଙ୍କ ରଚିଥିବା ବେଳେ ଛଇତନା ବଜାରରେ ମାଗଣା ଚିକେନ୍ ପକୋଡ଼ା ବଣ୍ଟନ ଘଟଣା ଚର୍ଚ୍ଚାକୁ ଆସିଛି । ଅନେକ ବାର୍ଡ଼ ଫ୍ଲୁ ଭୟରେ ଏହି ପକୋଡ଼ା ଖାଇନଥିବା ବେଳେ ଏଭଳି ମାଗଣା ବଣ୍ଟନକୁ ନାପସନ୍ଦ ମଧ୍ୟ କରିଛନ୍ତି ।