ପିଲାଙ୍କ ଆଖିରେ କଳା ଲଗାଯାଇଥାଏ। ହେଲେ କାହିଁକି ଲଗାଯାଏ ଆପଣ ଜାଣନ୍ତି କି ? କୁହାଯାଏ ଛୋଟ ଛୁଆଙ୍କୁ ନଜରରୁ ବଞ୍ଚାଇବା ପାଇଁ ମା’ମାନେ ପିଲାଙ୍କ ଆଖିରେ କଳା ପିନ୍ଧାଇଥାନ୍ତି । ଏହି ପ୍ରଥା ବହୁତ ପ୍ରାଚୀନ । ଭାରତୀୟ ସଂସ୍କୃତି ଅନୁସାରେ ପିଲାଙ୍କୁ ଖରାପ ନଜରରୁ ବଞ୍ଚାଇବା ପାଇଁ ତାଙ୍କ ଆଖିରେ କଜ୍ଜଳ ବା କଳା ମା’ମାନେ ଲଗାଇ ଦେଇଥାନ୍ତି । ଭାରତର ସବୁ ସହର,ଗାଁ ଏପରିକି ମହାନଗରରେ ମଧ୍ୟ ଆଜି ବି ଏହି ପରମ୍ପରା ରହିଛି । ତବେ ପ୍ରଶ୍ନ ଉଠେ ଯେ ଏହା କରିବା କେତେଦୂର ଠିକ । ଏହା କେତେଦୂର ସୁରକ୍ଷିତ ବା ନୁହେଁ ଜାଣନ୍ତି କି ?
ସାଧାରଣତଃ ଘରେ ଛୋଟ ପିଲାଟିଏ ଥିଲେ ସେମାନଙ୍କ ପରିବାର ଲୋକ ତାଙ୍କୁ ତେଲ ମାଲିସ୍ କରି କଳା ଲଗାଇ ଦିଅନ୍ତି। ପିଲାମାନଙ୍କୁ କଳା ଲଗାଇଦେବାର ପରମ୍ପରା ନୂଆ ନୁହେଁ, ବରଂ ଶହ ଶହ ବର୍ଷ ପୁରୁଣା। ବୟସ୍କମାନେ ବିଶ୍ୱାସ କରନ୍ତି ଯେ କାଜଲ ଲଗାଇବା ଦ୍ୱାରା ପିଲାମାନଙ୍କର ଆଖି ବଡ଼ ହୁଏ। କିନ୍ତୁ ଏହା କ’ଣ ସତ୍ୟ, ନା ଏହା କେବଳ ଶୁଣା କଥା? ଜାଣନ୍ତୁ ଏନେଇ କଣ କୁହନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ । ଏଭଳି ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ବଜାରରେ ବିକ୍ରି ହେଉଥିବା କଳାରେ ସୀସା ଭଳି କ୍ଷତିକାରକ ଉପାଦାନ ଥାଇପାରେ, ଯାହା ପିଲାମାନଙ୍କ ଆଖିରେ ଜ୍ୱଳନ, ଲାଲପଣ ଏବଂ ସଂକ୍ରମଣ ସୃଷ୍ଟି କରିପାରେ। ଏହା କେତେକ ସମୟରେ ଟ୍ରାକୋମା ଭଳି ଗମ୍ଭୀର ଆଖି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେଣୁ, ଛୋଟ ପିଲାମାନଙ୍କୁ କାଜଲ ଲଗାଇବା ଏଡାଇ ରହିବା ଉଚିତ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ପିଲାମାନଙ୍କୁ କାଜଲ ଲଗାଇବା ନିରାପଦ ନୁହେଁ । ଅନେକ ଡାକ୍ତର ଏଥିପାଇଁ ମନା ମଧ୍ୟ କରନ୍ତି । ପିଲାମାନଙ୍କ ଆଖି ବହୁତ ସମ୍ବେଦନଶୀଳ। କଳା ଲଗାଇବା ଦ୍ୱାରା ଜ୍ୱଳନ, କୁଣ୍ଡେଇ ହେବା କିମ୍ବା ଆଲର୍ଜି ପ୍ରତିକ୍ରିୟା ହୋଇପାରେ। କଳା ଲଗାଇବା ଦ୍ୱାରା ପିଲାମାନଙ୍କର ଅଶ୍ରୁ ନଳୀ ବନ୍ଦ ହୋଇପାରେ।
ବଡ ହୁଏ ଆଖି କି ?
ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା କେବଳ ଲୋକକଥା । ଏଥିରେ କୌଣସି ସତ୍ୟତା ନାହିଁ । କଳା ଲଗାଇବା ଦ୍ୱାରା କେବଳ ଆଖି ବଡ଼ ଦେଖାଯାଇପାରେ, କାରଣ ଏହା ଏକ ରଙ୍ଗ ପ୍ରଦାନ କରେ ଯାହା ଆଖିକୁ ଅଧିକ ପ୍ରମୁଖ କିମ୍ବା ଉଜ୍ଜ୍ୱଳ ଦେଖେଇଥାଏ । କିନ୍ତୁ ବାସ୍ତବରେ ଏହା ଆଖିର ଆକାର ବୃଦ୍ଧି କରେ ନାହିଁ ।ଶିଶୁଙ୍କ ଆଖି ବହୁତ ସମ୍ବେଦନଶୀଳ ହୋଇଥିବାରୁ ଆଖି ଭିତରକୁ କାଜଲ ଚାଲିଗଲେ ଆଖିରେ ଜଳାପୋଡ଼ା ହୋଇଥାଏ । ଏହାଦ୍ୱାରା ସଂକ୍ରମଣ ମଧ୍ୟ ହୋଇପାରେ । ବେଳେ ବେଳେ ବଜାରରେ ମିଳୁଥିବା କାଜଲ ପିଲାଙ୍କ ମାନସିକ ବିକାଶରେ ମଧ୍ୟ ବାଧା ଉପୁଜାଇପାରେ ।
ଘରେ ତିଆରି କରୁଥିବା କାଜଲ ଲଗାନ୍ତୁ:
ଯଦି ବା ଶିଶୁଙ୍କ ଆଖିରେ କାଜଲ ଲଗାଇବାକୁ ଚାହୁଁଛନ୍ତି ତେବେ ସର୍ବଦା ଘରେ ତିଆରି କରୁଥିବା କାଜଲ ଲଗାନ୍ତୁ । ହେଲେ ମନେ ରଖିବା ଉଚିତ୍ ଯେ କାଜଲ ତିଆରି କଲା ବେଳେ ସଫା ସୁତର ପ୍ରତି ଧ୍ୟାନ ଦିଅନ୍ତୁ ।

