ସଂଚାର ବ୍ୟୁରୋ: ଶୋକାକୁଳ ପରିବେଶରେ ବିଭାସ କୁମାର ନାୟକଙ୍କ ଶେଷକୃତ୍ଯ ସମ୍ପନ୍ନ। କର୍ଣ୍ଣାଟକରୁ ଦାରିଙ୍ଗବାଡ଼ି ତେରାବାଡି ଗାଁକୁ ବିଭାସଙ୍କ ପାର୍ଥିବ ଶରୀର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଥିଲା ଶୋକାକୁଳ ପରିବେଶ। ଆତ୍ମୀୟ ସ୍ବଜନଙ୍କ କାନ୍ଦ ବୋବାଳିରେ ଫାଟିପଡିଥିଲା ସାରା ଅଞ୍ଚଳ ।ବିଭାସଙ୍କ ଶେଷ ଦର୍ଶନ ପାଇଁ ଗୁଡ୍ରିପଡ଼ିରେ ସମ୍ପର୍କୀୟଙ୍କ ଭିଡ଼ ଲାଗିଥିଲା । ଗାଁ ମଶାଣିରେ ବିଭାସଙ୍କ ପାର୍ଥୀବ ଶରୀରର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗୁରୁବାର ରାତିରେ ତାଙ୍କୁ ହତ୍ୟା କରାାଯାଇଥିଲା। ଦୁଷ୍କର୍ମ ରୋକିବାକୁ ଚେଷ୍ଟା କରିବାରୁ ଦୁର୍ବୃର୍ତ୍ତମାନେ ବିଭାସଙ୍କୁ କେନାଲଙ୍କୁ ଠେଲି ଦେଇଥିଲେ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ମିଳିଥିଲା ମୃତଦେହ। ନିଜର ସାଙ୍ଗମାନଙ୍କ ସହିତ ସେ କର୍ଣ୍ଣାଟକର ହାମ୍ଫି ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ତାଙ୍କ ସାଙ୍ଗରେ ଥିଲେ ଦୁଇ ଜଣ ପୁଅ ସାଙ୍ଗ ଓ ଦୁଇ ଜଣେ ମହିଳା। ମହିଳା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଇସ୍ରାଏଲର ନାଗରିକ ଓ ହୋଟେଲର ମାଲିକ। ଦୁର୍ବୃର୍ତ୍ତମାନେ ବିଭାସ ଓ ଅନ୍ୟ ଦୁଇ ଜଣଙ୍କୁ କେନାଲ ଭିତରକୁ ଠେଲି ଦେଇ ମହିଳା ଦୁଇ ଜଣଙ୍କୁ ଗଣଦୁଷ୍କର୍ମ କରିଥିଲେ। ପାଣିରେ ବୁଡ଼ି ବିଭାସଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।