ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀ ଭାରତୀୟ ପାସପୋର୍ଟ ଫେରାଇ ଦେବା ପାଇଁ ଆବେଦନ କରିଛନ୍ତି । ସେ ଭାରତୀୟ ନାଗରିକତା ଛାଡି ଦେଇଥିବାରୁ ଭାରତୀୟ ପାସପୋର୍ଟ ଜମା କରିବେ । ତାଙ୍କୁ ଭନୁଆଟୁ ନାଗରିକତା ମିଳି ଯାଇଛି । ଲଳିତ ମୋଦୀ ମନି ଲଣ୍ଡ୍ରିଂ ଓ ବିଦେଶୀ ମୁଦ୍ରା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗର ଅଭିଯୁକ୍ତ । ଗିରଫଦାରୀରୁ ବଞ୍ଚିବା ପାଇଁ ସେ ୨୦୧୦ରେ ଭାରତ ଛାଡି ପଳାୟନ କରିଥିଲେ । ଏବେ ଅନ୍ୟ ଦେଶରେ ତାଙ୍କୁ ନାଗରିକତା ମିଳିଥିବାରୁ ତାଙ୍କ ପ୍ରତ୍ୟର୍ପଣ ଆହୁରି ମୁସ୍କିଲ ହୋଇ ଯାଇଛି । ଯେଉଁ ଦେଶରେ ତାଙ୍କୁ ନାଗରିକତା ମିଳିଛି, ତାହ ହେଉଛି ଏକ ଛୋଟ ଦେଶ । ଏହା ପ୍ରଶାନ୍ତ ମହାସାଗରରେ ଏକ ଦ୍ୱୀପ ନିକଟରେ ଅବସ୍ଥିତ । ପ୍ରତ୍ୟର୍ପଣ ସନ୍ଧି ମାମଲାରେ ଏହି ଦେଶ ବହୁତ କୁଖ୍ୟାତ ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଲଳିତ ମୋଦୀ ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୋଗରେ ନିଜର ପାସପୋର୍ଟ ଜମା କରିବା ପାଇଁ ଆବେଦନ କରିଛନ୍ତି । ଲଳିତ ମୋଦୀ ଦୀର୍ଘ ସୟୟ ହେବ ଲଣ୍ଡନରେ ରହୁଛନ୍ତି । ମେହୁଲ ଚୋକସିଙ୍କୁ ଯେମିତି ଆଣ୍ଟିଗୁଆର ନାଗରିକତା ମିଳିଛି, ଠିକ୍ ସେହି ପରି ଚାଲ୍ ଖେଳିଛନ୍ତି ଲଳିତ ମୋଦୀ । ଅନ୍ତର୍ଜାତୀୟ ସୂତ୍ର ଅନୁସାରେ, ଲଳିତଙ୍କୁ ୨୦୨୨୪ ଡିସେମ୍ବର ୩୦ରେ ଭନୁଆଟୁର ନାଗରିକତା ମିଳି ଯାଇଥିଲା ।
ଜୟସ୍ୱାଲ କହିଛନ୍ତି ଯେ, ଆଇନ ଅନୁଯାୟୀ, ଯେତେ ସମ୍ଭବ ହେବ ଆମେ ଲଳିତ ମୋଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଲଳିତଙ୍କ ବିରୋଧରେ ୨୦୦୯ ଆଇପିଏଲ୍ ପାଇଁ ୪୨୫ କୋଟି ଟଙ୍କାର ଟିଭି ଡିଲରେ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା ।