ସଂଚାର ବ୍ୟୁୂରୋ: ବ୍ରାଣ୍ଡେଡ଼ ଲୁହା ଛଡ଼ କିଣୁଥିଲେ ସାବଧାନ । ବଜାରରେ ବୁଲୁଛି ନାମୀଦାମୀ କମ୍ପାନୀ ନାଁରେ ନକଲି ଲୁହା ଛଡ଼ । ଦାମୀ ବ୍ରାଣ୍ଡ ନାଁରେ ନକଲି ଲୁହା ଛଡ଼ ବିକୁଛନ୍ତି ଦୋକାନୀ । ଉପାନ୍ତ କୋରାପୁଟ ଓ ମାଲକାନଗିରିରେ ବ୍ୟାପକ ଜାଲିଆତି ଚାଲିଛି। କୋରାପୁଟ ଜିଲ୍ଲାରେ ୩୨୪ ଟି ଦୋକାନ ଉପରେ ଚଢ଼ାଉ କରାଯାଇ ୫୩ ଟି ଖିଲାପ କାରୀଙ୍କ ଠାରୁ ୧ ଲକ୍ଷ ୪୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ମାଲକାନଗିରି ଜିଲ୍ଲାରେ ୧୨୬ ଟି ଦୋକାନ ଚଢ଼ାଉ କରାଯାଇ ୯ ଟି ଖିଲାପ କାରୀଙ୍କ ଠାରୁ ୧୬ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।