Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାସନ କାର୍ଡକୁ ନେଇ ଏମିତି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

Sanchar Live by Sanchar Live
March 27, 2025
in ଓଡିଶା
0
ରାସନ କାର୍ଡକୁ ନେଇ ଏମିତି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
0
SHARES
22
VIEWS
FacebookTwitter

ରାସନ୍ କାର୍ଡ ସହ ଇକେୱାଇସିକୁ ନେଇ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଇକେୱାଇସି କାରଣରୁ ବହୁତ ଚୋରି ଧରା ପଡ଼ିଲା । ୨୦ ମାର୍ଚ୍ଚ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ ହଜାର ୩୨୭ ଜଣ ସଫଳ ଭାବେ e-KYC କରିଛନ୍ତି । ରାଜ୍ୟ ବାହାରେ କାମ କରୁଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ e-KYC କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କ e-KYC ଯାଞ୍ଚ୍ ସରିଯାଇଛି । ୪ ଲକ୍ଷ ୩୧ ହଜାର ୮୪୬ ଜଣ ମୃତ ବା ଭୂତ ହିତାଧିକାରୀଙ୍କୁ କଟାଯାଇଛି । ୨୪ ତାରିଖ ସୁଦ୍ଧା ଏହି ଭୂତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଯାଉଥିଲା । ୯୧ ହଜାର ୨୮୦ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି । ଧରା ପଡ଼ିଥିବା ସବୁ ଜାଲ୍ ହିତାଧିକାରୀ ବିଜେଡ଼ି ଦଳର ଲୋକ ବୋଲି କହିଲେ ମନ୍ତ୍ରୀ । ଏହା ସହ ୨୪ ମାର୍ଚ୍ଚ ୨୦୨୫ ସୁଦ୍ଧା ମୋଟ ୫ ଲକ୍ଷ ୨୩ ହଜାର ୧୨୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯାଇଥିବା କଥା କହିଛନ୍ତି ମନ୍ତ୍ରୀ । ଇଣ୍ଟରନେଟ ନଥିବା ୩୪୧ ଦୁର୍ଗମ ଜାଗାରେ କ୍ୟାମ୍ପ୍ କରି e-KYC କରାଯାଇଛି । ୧ ମାର୍ଚ୍ଚ ସୁଦ୍ଧା ନୂଆ ରାସନ କାର୍ଡ ପାଇଁ ୱେବସାଇଟ୍ ଖୋଲିଛି । ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୮୫ ହଜାର ୨୧ ଜଣ ଆବେଦନ କରିଛନ୍ତି ।  ଓଜନ ମାପ ଯନ୍ତ୍ରରେ ଠକୁଥିବା ୧୩୩ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୬୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଆଉ ୨୫ ଜଣଙ୍କୁ ନୋଟିସ୍ କରାଯାଇଛି ।

ଯୋଗାଣ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଧାନ ବିକ୍ରି ପ୍ରକ୍ରିୟାକୁ ସରଳ କରିଛନ୍ତି । ପ୍ରତି ଜିଲ୍ଲାର ଦାୟିତ୍ଵ ଜଣେ ମନ୍ତ୍ରୀଙ୍କୁ ଦେଇଛନ୍ତି ସରକାର । ପ୍ରତି ମଣ୍ଡିରେ ଜଣେ ଲେଖାଏଁ ନୋଡାଲ୍ ଅଫିସର ଏବଂ ୪ ରୁ ୫ ଟି ମଣ୍ଡି ପାଇଁ ସୁପରଭାଇଜର ନିଯୁକ୍ତ କରାଯାଇଛି । ଅନିୟମିତତା ବା ଦୁର୍ନୀତିରେ ଲିପ୍ତ ଥିବା ୬୧ ଜଣ ସମବାୟ ଅଫିସରଙ୍କ ଉପରେ ଆକ୍ସନ ନେଇଛନ୍ତି ସରକାର । ଏହା ସହ ୨ ଜଣ ଖାଦ୍ୟ ଯୋଗାଣ ଅଫିସରଙ୍କୁ ମଧ୍ୟ ନିଲମ୍ବନ କରିଛି ବିଭାଗ । ମିଲରମାନଙ୍କୁ ମଧ୍ୟ ଧାନ କିଣାରେ ସ୍ଵଚ୍ଛତା ରଖିବା ପାଇଁ ସତର୍କ କରାଯାଇଛି । ଏହାସହ ସରକାରଙ୍କ ନିୟମ ଉଲ୍ଲଂଘନ କରିଥିବା ୧୮ ଟି ମିଲ୍ ସିଲ୍ କରାଯାଇଛି । କିନ୍ତୁ ୨୪ ବର୍ଷ ଭିତରେ ବିଜେଡ଼ି ସରକାର କେତେ ଆକ୍ସନ ନେଇଥିଲା ବୋଲି ପ୍ରଶ୍ନ କଲେ ମନ୍ତ୍ରୀ । କାରଣ ମିଲରମାନେ ସବୁ କଂଗ୍ରେସ ନହେଲେ ବିଜେଡ଼ି ଦଳର ଲୋକ । ସେମାନଙ୍କର ଅଭ୍ୟାସ ଅଛି, କଟନି ଛଟନି କରନ୍ତି । କିନ୍ତୁ ଆମ ସରକାର କଟନି ଛଟନି ବନ୍ଦ କରିବାରେ ସଫଳ ହୋଇଛି ।
ରାସନ୍ କାର୍ଡକୁ ନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରୋଜଗାର କମ୍ ଥିବା ଲୋକଙ୍କ ରାସନ କାର୍ଡ କଟିବ ନାହିଁ । କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ । ମନ୍ତ୍ରୀଙ୍କ ଶିକ୍ଷକ ସାଙ୍ଗ ବି ୭୦ ହଜାର ଟଙ୍କା ଦରମା ପାଇ କାର୍ଡ ରଖିଥିଲେ । ସେ ମଧ୍ୟ କାର୍ଡ ଫେରାଇଛନ୍ତି । ତେଣୁ ବିଜେଡ଼ି ସରକାର ଅମଳରେ ସବୁ ଢିଲା ଥିଲା । ଢେଙ୍କାନାଳ ଜିଲ୍ଲାରେ ମିଲରମାନଙ୍କୁ ଆକ୍ସନର ଚେତାବନୀ ଦେଲା ପରେ ସେମାନେ ଧାନ କିଣିଲେ । ଯୋଗାଣ ବିଭାଗକୁ ପ୍ରଦୂଷିତ କରିଥିଲେ ପୂର୍ବ ସରକାର । ତେଣୁ ବୁଲି ବୁଲି ଆକ୍ସନ ନେଇ ନେଇ ଦିନ ଚାଲିଗଲା । ପୂର୍ବ ସରକାର କେତେ ଆକ୍ସନ ନେଇଛନ୍ତି, ବୋଲି ପ୍ରଶ୍ନ କଲେ ଯୋଗାଣ ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୯୬ ଲକ୍ଷ ୨୨ ହଜାର ୪୩୧ ପରିବାରର ୩ କୋଟି ୨୬ ଲକ୍ଷ ୭ ହାଜର ୯୭୩ ଲୋକ ଚାଉଳ ପାଉଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩୩ ହଜାର ୧୧ ପରିବାରର ୪ ଲକ୍ଷ ୨୦ ହଜାର ୯୦୭ ସଦସ୍ୟଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି ସରକାର । ପ୍ରାୟ ୧୩ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ।
Tags: odisharasan card
ShareTweetShareSend
Sanchar Live

Sanchar Live

Next Post
ବଢ଼ିବ ସରକାରୀ ନିୟନ୍ତ୍ରିତ ଅନେକ ଔଷଧର ଦାମ୍

ବଢ଼ିବ ସରକାରୀ ନିୟନ୍ତ୍ରିତ ଅନେକ ଔଷଧର ଦାମ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.