Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

କୋରାପୁଟର ଗ୍ରାମାଞ୍ଚଳରେ ମାଗଣା ମହାପ୍ରୟାଣ ସେବା ଆରମ୍ଭ କଲା ବେଦାନ୍ତ

Sanchar Live by Sanchar Live
September 20, 2024
in ଓଡିଶା
0
କୋରାପୁଟର ଗ୍ରାମାଞ୍ଚଳରେ ମାଗଣା ମହାପ୍ରୟାଣ ସେବା ଆରମ୍ଭ କଲା ବେଦାନ୍ତ
0
SHARES
12
VIEWS
FacebookTwitter

ମୃତକଙ୍କ ପାଇଁ ସମ୍ମାନଜନକ ପରିବହନ ସେବା ସୁନିଶ୍ଚିତ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ସେମାନଙ୍କ ପ୍ରିୟଜନଙ୍କ ଅନ୍ତିମ ଯାତ୍ରା ସମୟରେ ଆର୍ଥିକ ବୋଝରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ମାଗଣା ମହାପ୍ରୟାଣ ସେବା ଆରମ୍ଭ କରିଛି, ଯାହା କୋଡିଙ୍ଗାମାଲି ଖଣି ଆଖପାଖର ୧୦୦ଟି ଗ୍ରାମର ଲୋକମାନଙ୍କୁ ଉପକୃତ କରିଛି ।

କୋରାପୁଟ ବିଧାୟକ ପବିତ୍ର ସାଉଁତା ପତାକା ଦେଖାଇ ଏହି ମହାପ୍ରୟାଣ ସେବା ଯାନକୁ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଲୋକଙ୍କପାଇଁ ଏହି ଅତ୍ୟାବଶ୍ୟକ ସେବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ଏହି ମାଗଣା ମହାପ୍ରୟାଣ ସେବା ଜରିଆରେ ଏହି ଅଞ୍ଚଳର ୧୦ଟି ପରିବାର ଉପକୃତ ହୋଇସାରିଛନ୍ତି ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ୪ଟି ବ୍ଲକର ୧୦୦ଟି ଗାଁକୁ ଏହି ସେବା ପରିବ୍ୟାପ୍ତ ହେବ ।

ଏହି ଅବସରରେ ସ୍ଥାନୀୟ ବିଧାୟକ ଶ୍ରୀ ସାଉଁତା କହିଲେ ଯେ ଏହି ଶବ ସେବା ହେଉଛି କରୁଣାର ପ୍ରତୀକ । ଦୁଃଖ ସମୟରେ ପରିବାରଗୁଡ଼ିକୁ ସେମାନଙ୍କ ପ୍ରିୟଜନଙ୍କ ଶବକୁ ପରିବହନ କରିବାର ଆର୍ଥିକ ସମସ୍ୟା ସଂକ୍ରାନ୍ତରେ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ଏହି ପଦକ୍ଷେପ ଦ୍ୱାରା ବେଦାନ୍ତ ସ୍ଥାନୀୟ ଗୋଷ୍ଠିକୁ ଏକ ମହାନ ସେବା ଯୋଗାଉଛି ।
ମଣିରିମାଳା ଗରଡ଼ା (ଏହି ସେବାର ଅନ୍ୟତମ ପ୍ରାରମ୍ଭିକ ହିତାଧିକାରୀ) ନିଜର ଅଭିଜ୍ଞତା ବାଣ୍ଟିବା ସହ କହିଛନ୍ତି ଯେ ଯେତେବେଳେ ମୋ ପତ୍ନୀଙ୍କ ଦେହାନ୍ତ ହେଲା, ସେତେବେଳେ ମୁଁ ଚିନ୍ତିତ ଥିଲି ଯେ ମୋ ପାଖରେ ଥିବା ସୀମିତ ସମ୍ବଳରେ ମୁଁ କିପରି ତାଙ୍କ ଶବ ପାଇଁ ପରିବହନ ବ୍ୟବସ୍ଥା କରିବି । ଏଭଳି କଠିନ ସମୟରେ ଏହି ମହାପ୍ରୟାଣ ଯାନ ପ୍ରକୃତରେ ଆଶୀର୍ବାଦ ପାଲଟିଥିଲା । ଏହା କେବଳ ଆର୍ଥିକ ବୋଝକୁ ହ୍ରାସ କରିନଥିଲା, ବରଂ ମୋ ପତ୍ନୀଙ୍କ ଅନ୍ତିମ ଯାତ୍ରାକୁ ସମ୍ମାନର ସହ ସମ୍ପନ୍ନ କରିବାକୁ ମଧ୍ୟ ସୁନିଶ୍ଚିତ କରିଥିଲା । ଏଭଳି ସହଯୋଗ ପାଇଁ ମୁଁ ଏବଂ ମୋ ପରିବାର ଗଭୀର କୃତଜ୍ଞ ।

ଉଲ୍ଲେଖଯୋଗ୍ୟ ଯେ ଲକ୍ଷ୍ମୀପୁର ଓ ଏହାର ଆଖପାଖ ଅଞ୍ଚଳର ପରିବାରମାନଙ୍କୁ ବିନା ମୂଲ୍ୟରେ ଉକ୍ତ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିବା ପାଇଁ ଏହି ‘ମାଗଣା ମହାପ୍ରୟାଣ ସେବା’ ଯୋଜନା ପ୍ରସ୍ତୁତ କରାଯାଇଛି, ବିଶେଷକରି ଦୁର୍ଗମ ଅଞ୍ଚଳରେ ଯେଉଁଠାରେ ପରିବହନ ଉଭୟ ଅପହଞ୍ଚଞ୍ଚ ଏବଂ ବ୍ୟୟବହୁଳ ଅଟେ । ଏହାବ୍ୟତୀତ ଏହି ଅଞ୍ଚଳରେ ବେଦାନ୍ତ ଆଲୁମିନିୟମର ଅତ୍ୟାବଶ୍ୟକ ସେବା ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ବ୍ୟାପକ ପ୍ରୟାସର ଏକ ଅଂଶ ହେଉଛି ଏହି ପଦକ୍ଷେପ । ପ୍ରତ୍ୟେକ ମୃତ ବ୍ୟକ୍ତି ଯେପରି ଉଚିତ୍‍ ସମ୍ମାନ ପାଇବେ ସେଥିପାଇଁ ଏହି ଗାଡ଼ି ମାଗଣାରେ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ, ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହାବ୍ୟତୀତ କମ୍ପାନୀ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରିଥାଏ, ଗ୍ରାମୀଣ ଓଡ଼ିଶାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ ଲୋକଙ୍କ ଦୁଆର ମୁହଁରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ।

ଏହି ପ୍ରୟାସ ଗୁଡିକ ଏହାର ପରିଚାଳନା କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୂଚାଇଥାଏ ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ଗୋଷ୍ଠି ସଦସ୍ୟଙ୍କ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ସକ୍ରିୟ ଭାବେ ଯୋଗଦାନ ଦେଇଥାଏ ।

Tags: odishaVedanta
ShareTweetShareSend
Sanchar Live

Sanchar Live

Next Post
ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.