ସଂଚାର ବ୍ୟୁରୋ: ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତି ସମୀକ୍ଷା ।।ପ୍ରବାସୀ ଭାରତୀୟ ମାନେ ଓଡିଶାରେ ପହଂଚିବା ପରେ ପୁରୀ ଜିଲ୍ଲାର ପ୍ରମୁଖ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବେ। ଏଥିପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତି ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦାୟିତ୍ବରେ ରହିବେ ୩ ପ୍ଲାଟୁନ ଫୋର୍ସ ।ଜଣେ ଅତିରିକ୍ତ ଏସପି ,ଜଣେ ଡିଏସପି, ୮ ଇନ୍ସପେକ୍ଟର ୧୫ରୁ ଅଧିକ ସବ୍ଇନସ୍ପେକ୍ଟର ଓ ଅତିରିକ୍ତ ସବ୍ ଇନ୍ସପେକ୍ଟର ମୁତୟନ ରହିବେ। ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ସହିତ ଯେଭଳି କୌଣସି ଟ୍ରାଫିକ ସମାସ୍ୟା ନହୁଏ ସେ ଦିଗରେ ଧ୍ୟାନ ଦିଆଯାଇଥିବା କହିଛନ୍ତି ପୁରୀ ଏସ୍ପି ।