ସଂଚାର ବ୍ୟୁରୋ: ଲଘୁଚାପର ପ୍ରବଳ ବର୍ଷାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ପାଣି । ୩ ଦିନ ଧରି ଲଘୁଚାପ ବର୍ଷା ଲାଗିରହିଛି। ଏହା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ପାଣି ଜମି ରହିଛି। ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେହି କେହି ପାଣି ଭିତରେ ଚାଲି ଚାଲି ମନ୍ଦିର ଦେଖୁଛନ୍ତି। ପାଣି ନିଷ୍କାସନ ପାଇଁ ଏଏସଆଇ ପକ୍ଷରୁ ଅତି ଆଧୁନିକ ୪ଟି ପାଣିପମ୍ପ ଲାଗିଥିଲେ ମଧ୍ୟ ସେଥିରୁ ମାତ୍ର ଦୁଇଟି ଚାଲୁଛି। ଅନ୍ୟ ଦୁଇଟି ଖରାପ ଥିବା ବେଳଏ ୬ଟି ଡିଜେଲ ପାଣି ପମ୍ପ ମଧ୍ୟ ଅଚଳ। ତେଣୁ ପାଣି ନିଷ୍କାସନ କରାଯାଇପାରୁନି। .

