ସୁନ୍ଦରଗଡ଼ ଜିଲ୍ଲା ଵିଶ୍ରା ଥାନା ଅନ୍ତର୍ଗତ ଲିଣ୍ଡ୍ରା କେରକେଟା ନିକଟ କୋଏଲ ନଦୀରେ ବୁଡି ଯାଇଥିବା ଦୁଇଜଣ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଜଣେ ଯୁଵକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ମୃତକ ସେକ୍ଟର ୮ ଅଞ୍ଚଳର ଆଶୀର୍ବାଦ ଵାରିକ । ଆହତ ଅବସ୍ଥ୍ରେ ସେକ୍ଟର ୧୯ ଅଞ୍ଚଳର ପ୍ରଦୀପ ତରାଇଙ୍କ ଚାଲିଛି ଚିକିତ୍ସା । ଵିଶ୍ରା ଅଗ୍ନିଶମ ବାହିନୀ ଓ ବିଶ୍ରା ଥାନା ପୋଲିସ ଓ ସ୍ଥାନୀୟ ବାସିନ୍ଦା ଦୁଇଜଣଙ୍କୁ ଉଦ୍ଧାର କରିଥିଲେ ।