ସଂଚାର ବ୍ୟୁରୋ: ଜଟଣୀ ଥାନା ଅନ୍ତର୍ଗତ କୁଦିଆରୀରେ ହତ୍ୟା। ପ୍ରଫୁଲ୍ଲ ବାରିକ ନାମକ ଯୁବକଙ୍କୁ କେହି ତଣ୍ଟି କାଟି ହତ୍ୟା କରିଥିବା ଜଣାପଡିଛି। କୁଦିଆରିର ଏକ ଗୋଷ୍ଠୀ ଗୃହ ଭିତରେ ମୃତଦେହ ପଡିଛି। ଖବରପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି । ମୃତ ପ୍ରଫୁଲ୍ଲ ଜଣେ ନିଶାଗ୍ରସ୍ତ ଯୁବକ ହୋଇଥିବାରୁ ନିଶା ବେପାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି ।