ସଂଚାର ବ୍ୟୁରୋ: କୁହୁଡି ହେଲା କାଳ। ୫୭ନ ଜାତୀୟ ରାଜପଥ ଖୋର୍ଦ୍ଧା-ବାଘମାରି ରାସ୍ତାରେ ଥିବା ଏକ ବ୍ରିଜ ଉପରେ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି। ଫଳରେ ରାସ୍ତାରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ଯାଉଥିବା ଶହ ଶହ ସଂଖ୍ୟାରେ ଗାଡ଼ି ମଟର ଫସି ରହିଛି। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିଲେ ସୁଦ୍ଧା ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ପଡ଼ି ରହିଛି। ଏଥିଯୋଗୁ ୫୭ନ ଜାତୀୟ ରାଜପଥ ସଂପୂର୍ଣ୍ଣ ଜାମ୍ ହୋଇପଡିଛି। ବାଘମାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି।