ସଂଚାର ବ୍ୟୁରୋ: ଖଣ୍ଡଗିରି ଯାତ୍ରା ମଞ୍ଚରେ ହେବନି ଅଶ୍ଳୀଳ ନୃତ୍ୟ । ଆଜି ପୋଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଖଣ୍ଡଗିରୀ ଥାନା ପରିସରରେ ଖଣ୍ଡଗିରି ମେଳା ନେଇ ବୈଠକ ବସିଥିଲା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ । ଆଇଟମ ଡ୍ୟାନ୍ସ ନାଁ ରେ ଓଡ଼ିଆ ସଂସ୍କୃତିକୁ ହେଉଥିଲା ଅପମାନ । ଆଜି ଆଲୋଚନାରେ ଶୃଙ୍ଖଳିତ ଯାତ୍ରା ସହ ସ୍ବେଛାସେବୀ ନିୟୋଜିତ କରିବା ନେଇ ହୋଇଛି ଆଲୋଚନା ।