ସଂଚାର ବ୍ୟୁରୋ: ଭୁବନେଶ୍ଵରରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିପି ଓ ଆଇଜି ସମ୍ମିଳନୀ । ଏହାପୂର୍ବରୁ ଏକ ବଡ଼ ଘଟଣା ସାମନାକୁ ଆସିଛି । ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ ମିଳିଛ । ଖଲିସ୍ତାନୀ ଆତଙ୍କବାଦୀ ପନୁନ ଏକ ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି । ସମ୍ମିଳନୀ ପଣ୍ଡ କରିବାକୁ ଭିଡିଓ ବାର୍ତ୍ତାରେ ଧମକ ମିଳିଛି । ଧମକ ମିଳିବା ପରେ ହାଇ ଆର୍ଲଟରେ ରହିଛି ଓଡିଶା ପୋଲିସ । ଧମକ ମିଳିବା ପରେ ସାମ୍ଵାଦିକ ସମ୍ମିଳନୀରେ ପୋଲିସ କମିଶନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନେଇ ସୂଚନା ଦେଇଛନ୍ତି । ସିକ୍ୟୁରିଟି ବ୍ଳାଙ୍କେଟରେ ରହିବ ରାଜଧାନୀ ଭୁବନେଶ୍ଵର । ଭୁବେନଶ୍ଵରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ । ରାଜ୍ୟ ପୋଲିସ, ଶସସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ଶସସ୍ତ୍ର ବଳ ମୁତୟନ ହେବେ । ସୁରକ୍ଷା ପାଇଁ ସଜାଗ ରହିବେ ଆଣ୍ଟି ଟେରର ଫୋର୍ସ । ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ସଂସ୍ଥା ତୀକ୍ଷ୍ଣ ନଜର ରଖିବେ ବୋଲି କହିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ।