ସଂଚାର ବ୍ୟୁରୋ: ବ୍ଲକ ଅଫିସ ଆଗରେ ରାତି ତମାମ ଧାରଣା ଦେଲେ ମହିଳା। ପୁରୀ ଜିଲ୍ଲା କଣାସ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଶୀତ କାକରରେ ଧାରଣା ଦେଇଥିଲେ ମହିଳା। ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକାଙ୍କ ପୁନଃନିଯୁକ୍ତି ଦାବିରେ ଧାରଣା ଦେଇଥିଲେ ଶତାଧିକ ସଂଖ୍ଯାରେ ମହିଳା। ପୂର୍ବରୁ ମହାସଂଘ ସମ୍ପାଦକ ଏକ ଅର୍ଥ ହେରଫେର ମାମଲାରେ ସଭାନେତ୍ରୀଙ୍କ ଜାଲ ଦସ୍ତଖତ କରିଥିବା ଅଭିଯୋଗ କରି ଶତାଧିକ ମିଶନ ଶକ୍ତି ମହିଳା ଧାରଣା ଦେଇଥିଲେ। ଏହାପରେ ଗତ ଶୁକ୍ରବାର ଦିନ ସମ୍ପାଦିକାଙ୍କୁ ବିଡିଓ କାର୍ଯ୍ୟରୁ ଅନ୍ତର କରିଥିଲେ। ଏହାର ପ୍ରତିବାଦ କରି ମହିଳାଙ୍କ ଦ୍ଵାରା ଚୟନ ହୋଇଥିବା ସମ୍ପାଦିକାଙ୍କୁ ସ୍ବୀକୃତି ପ୍ରଦାନ କରିବା ପାଇଁ ବିଡ଼ିଓଙ୍କ କାର୍ଯ୍ୟାଳୟରେ ପହଁଚି ଆଲୋଚନା କରିଥିଲେ। ସମ୍ପାଦିକାଙ୍କୁ ସ୍ଵୀକୃତି ପ୍ରଦାନ ଲାଗି ରାତି ସାଢେ ୧୧ଟା ପର୍ଯ୍ୟନ୍ତ ମହିଳା ମାନେ ଅପେକ୍ଷା କରି ଥିବାବେଳେ ବିଡ଼ିଓ କାର୍ଯ୍ୟାଳୟରୁ ଚାଲିଯାଇଥିଲେ। ଏହା ଜାଣିବା ପରେ ରାତି ତମାମ ମହିଳାମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

